Categories: ବାଣିଜ୍ୟ

ଓକାୟା ଇଭିକୁ ପର୍ଯ୍ୟାୟ ୨ପ୍ରମାଣପତ୍ର

ନୂଆଦିଲ୍ଲୀ,୩୧।୩:ଦେଶର ପ୍ରମୁଖ ୨ଚକିଆ ବୈଦ୍ୟୁତିକ ଯାନ ନିର୍ମାତା ‘ଓକାୟା ଇଲେକ୍ଟ୍ରିକ ଭେଇକିଲ(ଇଭି)ର ଏଆଇଏସ୍‌ ୧୫୬ ସଂଶୋଧନ ୩ୟ ପର୍ଯ୍ୟାୟର ୨ୟ ପ୍ରମାଣପତ୍ର ହାସଲ କରିଛି, ଯାହା ବୈଦ୍ୟୁତିକ ଯାନଗୁଡ଼ିକର ସୁରକ୍ଷା ତଥା ଡିଜାଇନ, ନିର୍ମାଣ ଆବଶ୍ୟକତାକୁ ଅନ୍ତର୍ଭୁକ୍ତ କରିଥାଏ। ବିଶେଷକରି ଏଆଇଏସ୍‌ ୧୫୬ ୩ପର୍ଯ୍ୟାୟର ୨ସାର୍ଟିଫିକେଟ୍‌ ସହିତ ଓକାୟା ଇଭି ବର୍ତ୍ତମାନ ୨ ଚକିଆ ସେଗ୍‌ମେଣ୍ଟରେ ପ୍ରଥମ ଇଭି ନିର୍ମାତାମାନଙ୍କ ମଧ୍ୟରୁ ଜଣେ ହୋଇପାରିଛି। ଏହା ନୂତନ ନିୟମ ସହିତ ସମ୍ପୂର୍ଣ୍ଣ ଅନୁପାଳନ ଆଡ଼କୁ ଦ୍ରୁତଗତିରେ ଅଗ୍ରସର ହେଉଛି। ଏ ସମ୍ପର୍କରେ ଓକାୟା ଇଲେକ୍ଟ୍ରିକ୍‌ ଭେଇକିଲ୍ସର ପରିଚାଳନା ନିର୍ଦ୍ଦେଶକ ଅନଶୁଲ ଗୁପ୍ତା କହିଛନ୍ତି, ଆମ ପାଇଁ ଗ୍ରାହକଙ୍କ ସୁରକ୍ଷା ହେଉଛି ମୂଳ ପ୍ରାଥମିକତା। ଏପରିକି ଏଆଇଏସ୍‌ ୧୫୬ ସଂଶୋଧନର ୩ୟ ପର୍ଯ୍ୟାୟର ୨ପ୍ରମାଣପତ୍ର ଗ୍ରହଣ କରିବା ଗ୍ରାହକମାନଙ୍କୁ ସୁରକ୍ଷିତ ଏବଂ ପ୍ରିମିୟମ ଇଲେକ୍ଟ୍ରିକ୍‌ ଯାନ ଯୋଗାଇବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ଆମର ଯାନ ବିଭିନ୍ନ ଚାପ ସହ୍ୟ କରିପାରିବ କି ନାହିଁ ନିଶ୍ଚିତ କରିବାକୁ ପ୍ରମାଣୀକରଣ ପ୍ରକ୍ରିୟାରେ ବ୍ୟାପକ ପରୀକ୍ଷଣରେ ଅନ୍ତର୍ଭୁକ୍ତ ହୋଇଛି। ଆମେ ବିଶ୍ୱାସକରୁ ଯେ ଉକ୍ତ ପ୍ରମାଣପତ୍ର ଗ୍ରାହକଙ୍କ ଇଭି ଉପରେ ବିଶ୍ୱାସକୁ ତ୍ୱରାନ୍ବିତ କରିବା ସହ ସେମାନଙ୍କୁ ସେମାନଙ୍କର ସୁରକ୍ଷା ଏବଂ ନିର୍ଭର ଯୋଗ୍ୟତା ଉପରେ ସୁନିଶ୍ଚିତ କରିବ। ଏକ ସୁଗମ ତଥା ନିରାପଦ ଇଭି ମାଲିକାନା ଅଭିଜ୍ଞତା ପ୍ରଦାନ କରିବା ଏବଂ ଭାରତରେ ବୈଦ୍ୟୁତିକ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଉଦ୍ୟମରେ ସହଯୋଗ କରିବାକୁ ଆମେ ଅଭିନବ ବୈଷୟିକ ପ୍ରଗତି ଆଣିବା ଜାରି ରଖିବୁ।

Share