ଅକ୍ଟୋବରରୁ ଲକ୍ଷ୍ନୌ. ଗୋରଖପୁରରେ ଆରମ୍ଭ ହେବ କୋଭାକ୍ସିନର ପରୀକ୍ଷଣ

ଲକ୍ଷ୍ନୌ,୨୫ ।୯: ଆସନ୍ତା ଅକ୍ଟୋବରରୁ ଉତ୍ତର ପ୍ରଦେଶର ଗୋରଖପୁର ଓ ଲକ୍ଷ୍ନୌରେ କରୋନା ଭାଇରସ ପାଇଁ ପ୍ରସ୍ତୁତ ଟିକା କୋଭାକ୍ସିନର ଫେଜ୍‌-୩ ଟ୍ରାଏଲ ପରୀକ୍ଷା ହେବ ବୋଲି ଗୁରୁବାର ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ ଏକ ଖରବାଦାତା ସମ୍ମିଳନୀରେ କହିଛନ୍ତି, ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରାଯାଇଥିବା କୋଭାକ୍ସିନର ପରୀକ୍ଷା ଅକ୍ଟୋବରରେ ଲକ୍ଷ୍ନୌ ଓ ଗୋରଖପୁରରେ କରାଯିବ । ସୂଚନାଯୋଗ୍ୟ, ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଓ ଭାରତ ବାୟୋଟେକର ମିଳିତ ଉଦ୍ୟମରେ କୋଭାକ୍ସିନ ପ୍ରସ୍ତୁତ କରାଯାଇଛି । ଏହି ସମୟରେ କଂଗ୍ରେସ ନେତା ଦୀପକ ସିଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତର ପ୍ରଦେଶରେ ଅଧିକ କରୋନା ଟେଷ୍ଟ ପାଇଁ ଅନୁରୋଧ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୁରୁବାର ସୁଦ୍ଧା ଉତ୍ତର ପ୍ରଦେଶରେ ୬୧,୬୯୮ କରୋନା ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ୩,୦୨,୬୯୮ ସଂକ୍‌୍ରମିତ ସୁସ୍ଥ ହୋଇ ସାରିଲେଣି ଓ ୫,୨୯୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇ ସାରିଲାଣି ।

Share