Categories: ଜାତୀୟ

‘ପଟାଖା ନହିଁ ଦିଆ ଜଲାଓ’ ଅଭିଯାନ ଆରମ୍ଭ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୫।୧୦: ଚଳିତବର୍ଷ ଦୀପାବଳିକୁ ନେଇ ମଧ୍ୟ କିଛି କଟକଣା ସହ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ। ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନର ନାଁ ‘ପଟାଖା ନହିଁ ଦିଆ ଜଲାଓ’ ରଖାଯାଇଛି। ଦିଲ୍ଲୀ ସରକାରଙ୍କ ପରିବେଶ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି ।

ଏହି ଅଭିଯାନରେ ଦିଲ୍ଲୀବାସୀଙ୍କୁ ବାଣ ନ ଫୁଟାଇବା ପାଇଁ ନିବେଦନ କରାଯିବା ସହ ସଚେତନତା କାର୍ଯ୍ୟକ୍ରମ କରାଯିବ । ଏହି ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀଙ୍କୁ ନେଇ ଏକ କେନ୍ଦ୍ରୀୟ ଟିମ୍‌ ଗଠନ କରାଯିବ । ତେବେ ସହରବାସୀ ବାଣ ଫୁଟାଇବା ଏବଂ ବାଣ ବିକ୍ରି କରୁଥିବା ଘଟଣା ସାମ୍ନାକୁ ଆସିଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Share