Categories: ଜାତୀୟ

ନିଷ୍ପତ୍ତିରେ ପରିବର୍ତ୍ତନ କଲା ୟୁଜିସି

ନୂଆଦିଲ୍ଲୀ,୫ା୭: ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପିଏଚ୍‌.ଡି ଜରୁରୀ ବୋଲି ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଇଥିବା ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ଏହି ପଦରେ ପ୍ରତ୍ୟକ୍ଷ ଭାବେ ଅବସ୍ଥାପିତ ହେବା ପାଇଁ ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ(ଏନ୍‌ଇଟି), ଷ୍ଟେଟ୍‌ ଏଲିଜିବିଲିଟି ଟେଷ୍ଟ (ଏସ୍‌ଇଟି) ଏବଂ ଷ୍ଟେଟ୍‌ ଲେଭେଲ୍‌ ଏଲିଜିବିଲିଟି ଟେଷ୍ଟ (ଏସ୍‌ଏଲ୍‌ଇଟି) ଭଳି ପରୀକ୍ଷାଗୁଡ଼ିକୁ ସର୍ବନିମ୍ନ ଯୋଗ୍ୟତା ଭାବେ ରଖାଯାଇଥିବା ୟୁଜିସି ଅଧ୍ୟକ୍ଷ ଏମ୍‌. ଜଗଦୀଶ କୁମାର ସୂଚନା ଦେଇଛନ୍ତି।
ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଏଣ୍ଟି-ଲେଭେଲ୍‌ ପଦବୀ ପାଇଁ ୨୦୧୮ରେ ୟୁଜିସି ପକ୍ଷରୁ କେତେକ ମାପଦଣ୍ଡ ସ୍ଥିର କରାଯାଇଥିଲା। ପ୍ରାର୍ଥୀମାନଙ୍କୁ ସେମାନଙ୍କ ପିଏଚ୍‌.ଡି ସମ୍ପୂର୍ଣ୍ଣ କରିବା ପାଇଁ ୩ ବର୍ଷ ଦିଆଯାଉଥିଲା।

Share