Advertisement

ରାଜନୀତିରେ ପାଦ ଦେଲେ ପିଏଚ୍‌ଡି ଛାତ୍ର

ପଦ୍ମପୁର, ୨୪।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲୁଙ୍ଗା ଗ୍ରାମର ପିଏଚ୍‌ଡି ଛାତ୍ର ମାନସ କୁମାର ସାହୁ ୧୮ ନଂ. ଜୋନ୍‌ ପାଇଁ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପରିସଂଖ୍ୟାନରେ ପିଏଚ୍‌ଡି କରୁଥିବା ମାନସ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲା ପରିଷଦ ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରି ଚର୍ଚ୍ଚାକୁ ଆସିଛନ୍ତି। ୨୦୧୨ରେ ସେ ଭଦ୍ରକ ମହା ବିଦ୍ୟାଳୟରେ ଛାତ୍ର ସଭାପତି ଥିଲେ। ବାଣୀବିହାର ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷା ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରାଜ୍ୟରୁ ପ୍ରତିନିଧି କରିବା ସହ ସାଙ୍ଗଠନିକ କାର୍ଯ୍ୟକଳାପରେ ଭାଗ ନେଇ ଥିଲେ। ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କଠାରୁ ସେ ଶିକ୍ଷାରେ ଆଗରେ ଥିବା ଜଣାଯାଇଛି। ନିର୍ବାଚନ ଜିତିଲେ ଅଞ୍ଚଳର ଯୁବବର୍ଗଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଆତ୍ମନିର୍ଭର କରାଇବା ସହ ଯୁବତୀ ଯୁବକଙ୍କୁ ଶିକ୍ଷାରେ ମାର୍ଗଦର୍ଶନ କରାଇବେ ବୋଲି ମାନସ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel