Categories: ଫୁରସତ

ପାର୍ସଲ ଜୋତାରୁ ମିଳିଲା ଏମିତି କିଛି: ଦେଖିବା ପରେ ଉଡିଗଲା ହୋସ୍‌

ଫିଲିପାଇନ୍ସରେ ବିମାନବନ୍ଦରର କର୍ମଚାରୀମାନେ ଏକ ଜୋତାରୁ ୧୧୯ଟି ଦୁର୍ଲଭ ବୁଢ଼ିଆଣି ଲୁଚି ରହିଥିବା ଦେଖିବାକୁ ପାଇଛନ୍ତି। ସୋସିଆଲ ମିଡିଆରେ ଏହାର ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ବ୍ୟୁରୋ ଅଫ୍‌ କଷ୍ଟମ ଫେସବୁକ୍‌ ଦ୍ୱାରା ଏହି ଫଟୋ ପୋଷ୍ଟ ହୋଇଛି। ଏହି ପୋଷ୍ଟ ଅନୁଯାୟୀ, ନିନୋଇ ଆକ୍ୱିନୋ ଅନ୍ତର୍ଜାତୀୟ ବିବାନବନ୍ଦର (ଏନ୍‌ଏନ୍‌ଆଇଏ)ର କର୍ମଚାରୀମାନେ ପୋଲାଣ୍ଡରୁ ଏକ ନିର୍ଦ୍ଦିଷ୍ଟ ‘ମିଶାଲ କ୍ରୋଲିକି’ଦ୍ୱାରା ପଠାଯାଉଥିବା ପାର୍ସଲ ଭିତରୁ ଏହି ଦୁର୍ଲଭ ସ୍ପାଇଡର ପାଇଥିଲେ। ଏହି ପାର୍ସଲକୁ ଜେନେରାଲ ଟ୍ରାୟସ, କ୍ୟାଭିଟେ ଭାବେ ସମ୍ବୋଧିତ କରାଯାଇଥିଲା। ଏହାର ଭିନ୍ନ ଆକୃତି ଦେଖି କଷ୍ଟମ ଅଧିକାରୀମାନେ ଏହାକୁ ଖୋଲିଥିଲେ। ପାର୍ସଲ ଖୋଲିବା ପରେ ସମସ୍ତଙ୍କର ହୋସ୍‌ ଉଡିଯାଇଥିଲା। ୧୧୯ଟି ଦୁର୍ଲଭ ବୁଢ଼ିଆଣିକୁ ଛୋଟ ଛୋଟ ପ୍ଲାଷ୍ଟିକ ମଧ୍ୟରେ ଭର୍ତ୍ତି କରାଯାଇ ସେଗୁଡିକୁ ଏକ ଜୋତା ମଧ୍ୟରେ ଲୁଚାଇ ରଖାଯାଇଥିଲା। ଏଗୁଡିକ ଜବତ କରାଯାଇ ପରିବେଶ ଏବଂ ପ୍ରାକୃତିକ ବନ୍ୟପ୍ରାଣୀ ଟ୍ରାଫିକ ମନିଟରିଂ ୟୁନିଟକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

Share