ମନିଲା,୨୮।୮: କରୋନା ମହାମାରୀ ପାଇଁ ଏବେ ସାରା ବିଶ୍ୱରେ ଜୁମ୍ ଆପ୍ ଖୁବ୍ ଲୋକପ୍ରିୟ ହୋଇଛି। ଅଫିସର ମିଟିଂ ହେଉ କି ପିଲାମାନଙ୍କର ଅନ୍ଲାଇନ୍ ପାଠପଢା। ପୁଣି କୌଣସି ବନ୍ଧୁବାନ୍ଧବଙ୍କ ସହ ଟିକେ କଥାବାର୍ତ୍ତା। ଏହାକୁ ନେଇ ଜୁମ୍ ଆପ୍ ବହୁଳ ପରିମାଣରେ ବ୍ୟବହାର ହୋଇଛି। ଜଣେ ବ୍ୟକ୍ତି ଚାହିଁଲେ ଏହି ଆପର କ୍ୟାମେରାକୁ ନିଜ ଇଚ୍ଛାରେ ବନ୍ଦ କରି ଦେଇ ପାରିବେ। ହେଲେ କେବେ କେବେ ତରବର ହୋଇ ଅବା ଲମ୍ବା ମିଟିଂ ପରେ କେହି କେହି ଏହି କ୍ୟାମେରାକୁ ବନ୍ଦ କରିବାକୁ ଭୁଲି ଯାଇଥାଆନ୍ତି। ଫଳରେ ବେଳେ ବେଳେ ମିଟିଂ ପରର ସବୁ ଦୃଶ୍ୟ ସାମ୍ନାରେ ଥିବା ଲୋକଟି ଦେଖିପାରିଥାଏ। ଏମିତି ଘଟଣା ଘଟିଛି ଫିଲିପିନ୍ସରେ। ଯେଉଁଠାରେ ଜଣେ ସରକାରୀ ଅଧିକାରୀ ଅଫିସ ମିଟିଂ ପରେ ତାଙ୍କ ସେକ୍ରେଟାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ ଧରାପଡିଛନ୍ତି। ଏହି ଘଟଣା ପରେ ଉଭୟଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିବା ଜଣାପଡିଛି।