Categories: ଜାତୀୟ

କମଲ ହାସନଙ୍କ ସହ ଯୋଡ଼ି ହୋଇପାରନ୍ତି ରଜନିକାନ୍ତ

ବେଙ୍ଗାଲୁରୁ,୧୫।୧୨: ଅଭିନେତାରୁ ରାଜନେତା ପାଲଟିଥିବା ମକ୍କଲ ନିଧି ମାୟମ୍‌ ପାର୍ଟି ମୁଖ୍ୟ କମଲ ହାସନ ସାଉଥ୍‌ ସୁପରଷ୍ଟାର ରଜନିକାନ୍ତଙ୍କ ସହ ହାତ ମିଳାଇ ପାରନ୍ତି। ଏକ କାର୍ଯ୍ୟକ୍ରମ ଅବସରରେ ଭେଟେରାନ ଅଭିନେତା କମଲଙ୍କୁ ଅଭିନେତା ରଜନୀକାନ୍ତଙ୍କ ସହ ମେଣ୍ଟ କରିବାକୁ ପ୍ରସ୍ତୁତ କି ପଚରାଯାଇଥିଲା। ଏହାର ବନ୍ଧୁତ୍ୱପୂର୍ଣ୍ଣ ଉତ୍ତର ଦେଇଥିଲେ ମକ୍କଲ ନିଧି ମାୟମ୍‌ ପାର୍ଟି ମୁଖ୍ୟ। ‘ଆମ ଭିତରେ ମାତ୍ର ଗୋଟିଏ ଫୋନ କଲର ଦୂରତା ଅଛି। ଯଦି ଆମର ଆଦର୍ଶ ମିଶେ ଓ ଏହା ଜନସାଧାରଣଙ୍କ ହିତରେ କାର୍ଯ୍ୟ କରେ, ତେବେ ଆମେ ଆମର ଇଗୋକୁ ଅଲଗା ରଖି ପରସ୍ପର ସହ ସହଯୋଗ କରିବାକୁ ପ୍ରସ୍ତୁତ’ ବୋଲି କମଲ କହିଛନ୍ତି।

ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ର୍ନିବାଚନ ହେବାର ଅଛି। ଏହାକୁ ଦୃଷ୍ଟିରେ କମଲ ହାସନଙ୍କ ପାର୍ଟି ରଜନିକାନ୍ତଙ୍କ ସହ ହାତ ମିଳାଇପାରେ। ନିକଟରେ ସୁପରଷ୍ଟାର ରଜନିକାନ୍ତ ଏକ ରାଜନୈତିକ ପାର୍ଟି ଗଠନ କରିବେ ବୋଲି ଘୋଷଣା କରିଥିଲେ।

Share