୨୨ ବର୍ଷ ଧରି ଲଗାତାର ଜୀବନରେ ମାରି ଦେବାକୁ ଆସୁୁଥିଲା ଫୋନ୍‌ କଲ୍‌…

ମୁମ୍ବାଇ: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ପ୍ଲେ ବ୍ୟାକ ସିଙ୍ଗର ଉଦିତ୍‌ ନାରାୟଣଙ୍କ ପ୍ରାରମ୍ଭିକ ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ୧୯୮୦ ଜୁଲାଇ ୫ରେ ପ୍ରଥମ ଫିଲ୍ମ ‘ଉନିସ ବିଶ’ରେ ସେ ପ୍ଲେ ବ୍ୟାକ ସିଙ୍ଗର ଭାବେ କାମ ଆରମ୍ଭ କରିଥିଲେ। ଫିଲ୍ମର ସଙ୍ଗୀତ ରାଜେଶ ରୋଶନଙ୍କର ଥିଲା। ଏହାକୁ ଅମିତ ଖାନ୍ନା ଲେଖିଥିଲେ। ତେବେ ବଲଉଡ୍‌ରେ କାମ କରିବା ମଧ୍ୟରେ ୧୯୯୮ଠାରୁ ୨୦୧୯ ମଧ୍ୟରେ ତାଙ୍କୁ ଦୀର୍ଘ ୨୨ ବର୍ଷ ଧରି ଜୀବନରେ ମାରି ଦେବାକୁ ଧମକପୂର୍ଣ୍ଣ ଫୋନ୍‌ କଲ ଆସୁୁଥିଲା। ଧମକକୁ ନେଇ ସେ ଉଦାସ ହୋଇ ପଡୁଥିଲେ। ଜୀବନଟା ବୋଝ ପରି ଲାଗୁଥିଲା। କେତେକ ଥର ସେ ଆତ୍ମହତ୍ୟା କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ଫିଲ୍ମ ପାଇଁ ଗୋଟିଏ ଗୀତ ଗାଇଲେ ସେତେବେଳେ ୧୫ ହଜାରରୁ ୨୦ ହଜାର ଟଙ୍କା ମିଳୁଥିଲା। ୨୦୧୧ରେ ଲକ୍ଷ୍ନୌରେ ତାଙ୍କୁ କିଛି ଅଜଣା ଲୋକ ଛୁରୀ ଧରି ମାରିବାକୁ ଆସିଥିଲେ। ତେବେ ପରେ ସେମାନେ ପୋଲିସ ହାତରେ ଧରା ପଡ଼ିଥିଲେ ଏକ ସାକ୍ଷାତ୍‌କାରରେ ସେ କହିଥିଲେ।

Share