Categories: ଜାତୀୟ

ମୁମ୍ବାଇରେ ୧୯୯୩ ଭଳି ବିସ୍ଫୋରଣ କରିବାକୁ ଧମକ ଭରା ଫୋନ କଲ୍‌, ପୋଲିସ ସତର୍କ…

ମୁମ୍ବାଇ,୮।୧ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବିସ୍ଫୋରଣ ହେବା ନେଇ ଏକ ଧମକ ଭରା ଫୋନ କଲ୍‌ ମିଳିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଣେ ଅଜଣା ବ୍ୟକ୍ତି ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଫୋନ କରି ସହରର ଅନେକ ଅଞ୍ଚଳରେ ବୋମା ବିସ୍ଫୋରଣ ବିଷୟରେ କହିଥିଲେ। ସେ କହିଥିଲେ ଯେ ୧୯୯୩ ମସିହା ଭଳି ମୁମ୍ବାଇର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ହେବ।

ଅଜ୍ଞାତ କଲରଙ୍କ କଥା ଶୁଣିବା ପରେ ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏଥି ସହିତ ମହାରାଷ୍ଟ୍ରର ଆତଙ୍କବାଦୀ ବିରୋଧୀ ସ୍କ୍ବାାଡକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସୂଚନା ପରେ, ଏଟିଏସ ମଧ୍ୟ କାର୍ଯ୍ୟରେ ଲାଗିଛି। ସୂଚନାନୁସାରେ, ଶନିବାର ମୁମ୍ବାଇ ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କଠାରୁ କଲ ପାଇଥିଲା। ୨ ମାସ ମଧ୍ୟରେ ବାଇର ମହିମ, ଭିଣ୍ଡି ବଜାର, ନାଗପଡା ଏବଂ ମଦନପୁର ଅଞ୍ଚଳରେ ବୋମା ବିସ୍ଫୋରଣ ହେବ ବୋଲି କଲର୍‌ ଧମକ ଦେଇଥିଲେ।

କଲ କରୁଥିବା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ କଲ୍‌ ନେଇ ମୁମ୍ବାଇ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପୋଲିସ ତୁରନ୍ତ କଲକୁ ଟ୍ରାକ କରିବାକୁ ଚେଷ୍ଟା ଆରମ୍ଭ କରିଥିଲା ଯାହା ଦ୍ୱାରା କଲ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇପାରିବ। ଏହି ଧମକପୂର୍ଣ୍ଣ କଲ ଯୋଗୁଁ ମହାରାଷ୍ଟ୍ର ଏଟିଏସ ମଧ୍ୟ ସକ୍ରିୟ ହୋଇଯାଇଛି। ଏଟିଏସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ମୁମ୍ବାଇର ମାଲଡ ଅଞ୍ଚଳର ପଠାନୱାଡିରୁ ଏଟିଏସ ବ୍ୟକ୍ତିଙ୍କୁ ଗିରଫ କରିଛି।

ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ କାହାର ଆଦେଶରେ ଏବଂ ଅଭିଯୁକ୍ତ କାହିଁକି ଏହି ଧମକ ଦେଇଛନ୍ତି। ଅଧିକ ପଚରାଉଚରା ପାଇଁ ଏଟିଏସ ଅଭିଯୁକ୍ତଙ୍କୁ ଆଜାଦ ମୈଦାନ ପୋଲିସକୁ ହସ୍ତାନ୍ତର କରିବ ବୋଲି କୁହାଯାଉଛି।

Share