Categories: ଜାତୀୟ

ହେଲିକପ୍ଟର ଦୁର୍ଘଟଣାର ଭିଡିଓ କରିଥିବା ଫୋନକୁ ନେଇଗଲେ

କୁନୁର(ତାମିଲନାଡୁ),୧୩ା୧୨: ଗତ ୮ ତାରିଖରେ ଘଟିଥିବା ବାୟୁ ସେନା ହେଲକପ୍ଟର ଦୁର୍ଘଟଣାର ଭିଡିଓ କରିଥିବା ବ୍ୟକ୍ତିଙ୍କ ଫୋନକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି। ଉଲ୍ଲେଖଯୋଗ୍ୟ, ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ବତଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା।

କୋଏମ୍ବାଟୁରରେ ବିବାହ କାର୍ଯକ୍ରମରେ ଫଟେଗ୍ରୋଫର ଭାବେ କାମ କରୁଥିବା ଜୋ ଘଟଣା ଦିନ ଅର୍ଥାଥ ଡିସେମ୍ବର ୮ ତାରିଖରେ ତାମିଲନାଡୁର ନୀଳଗିରି ସ୍ଥିତ କାଟ୍ଟେରି ଅଞ୍ଚଳକୁ ଯାଇଥିଲେ। ତାଙ୍କ ସହ ଥିଲେ କିଛି ବନ୍ଧୁ ଓ ପରିବାରବର୍ଗ।

ବିସ୍ଫୋରଣ ଶବ୍ଦ ଶୁଣି ଚପର ଖସୁଥିବା ବେଳର ଦୃଶ୍ୟ ସେ ଫୋନରେ ରେକର୍ଡ କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ନିଆଁରେ ଆଚ୍ଛାଦିତ ହେଲିକପ୍ଟର ତଳକୁ ଖସୁଥିବା ଦେଖିବାକୁ ମିଳିଥିଲା। ଜୋଙ୍କ ମୋବାଇଲ ଫୋନକୁ ଜିଲା ପୋଲିସ ସଂଗ୍ରହ କରି କୋଏମ୍ବାଟୁରର ଫରେନ୍ସିକ ଲାବକୁ ପଠାଇଛି। ତେବେ ଘଟଣା ସମୟରେ ଫଟୋ ଗ୍ରାଫରଙ୍କ ସହ କିଛି ଲୋକ ନିଷଦ୍ଧ ଅଞ୍ଚଳକୁ କାହିଁକି ଯାଇଥିଲେ ଜାଣିବା ପାଇଁ ତଦନ୍ତ ଚାଲିଛି।

Share