ଭୁବନେଶ୍ୱର,୪।୫(ବ୍ୟୁରୋ): ରାଜଧାନୀରେ ଡକାୟତି କମିବାର ନାଁ ନେଉ ନାହିଁ। ଗୁରୁବାର ଜଣେ ଛାତ୍ରଙ୍କ ଠାରୁ କଲ୍ କରିବା ବାହାନାରେ ମୋବାଇଲ ଲୁଟି ନେଇଛନ୍ତି କିଛି ଦୁର୍ବୃତ୍ତ।
ଏପରି ଘଟଣା ଘଟିଛି ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଛକରେ। ଛାତ୍ର ଜଣକ ମୋ ବସ୍କୁ ଅପେକ୍ଷା କରି ବସଷ୍ଟାଣ୍ଡରେ ଛିଡା ହୋଇଥିଲେ। ତେବେ ୨ ଜଣ ବ୍ୟକ୍ତି କାର୍ରେ ଆସି କଲ୍ କରିବା ବାହାନାରେ ଛାତ୍ରଙ୍କୁ ମୋବାଇଲ ମାଗିଥିଲେ। ମୋବାଇଲ ଖରାପ ହେବାର ବାହାନା କରି ଛାତ୍ରଙ୍କୁ ମୋବାଇଲ ମାଗିଥିଲେ ତେବେ ପରେ ଫୋନ୍ ଧରି ଗାୟବ ହୋଇଯାଇଥିଲେ ଲୁଟେରା। ଏନେଇ ଲୁଟ୍ର ଶିକାର ହୋଇଥିବା ଛାତ୍ର ଜଣକ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।