ଡ୍ରାଇଭିଂବେଳେ ଫୋନ୍‌ ବ୍ୟବହାର, ଯାଇଛି ୧୬୩ ଜୀବନ

ଭୁବନେଶ୍ୱର,୨୮।୫(ସୂର୍ଯ୍ୟକାନ୍ତ ବେହେରା):ଗାଡ଼ି ଚଳାଇବାବେଳେ ଡ୍ରାଇଭରମାନେ ମୋବାଇଲ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ଏହାକୁ ଅଧିକାଂଶ ମାନୁ ନ ଥିବାରୁ ଦୁର୍ଘଟଣା ବଢ଼ୁଛି। ଗାଡି ଚାଳନାବେଳେ ମୋବାଇଲ ବ୍ୟବହାର ଯୋଗୁ ୨୦୨୩ରେ ରାଜ୍ୟରେ ୪୩୩ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୬୩ଜଣଙ୍କ ଜୀବନ ଯାଇଥିବା ରାଜ୍ୟ ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ପରିବହନ ବିଭାଗ ପକ୍ଷରୁ ନିୟମିତ କଡ଼ାକଡ଼ି ଯାଞ୍ଚ ନ କରାଯିବା କାରଣରୁ ଏଭଳି ଦୁର୍ଘଟଣା ବଢ଼ିବାରେ ଲାଗିଛି।
ଗାଡିରେ ଡ୍ରାଇଭିଂ ସିଟ୍‌ରେ ବସିବା ପରେ ଡ୍ରାଇଭରଙ୍କ ପାଖରେ ଆଉ ଫୋନ୍‌ ରହିବ ନାହିଁ। ଏ କ୍ଷେତ୍ରରେ ଯାତ୍ରୀମାନେ ଡ୍ରାଇଭରଙ୍କ ତ୍ରୁଟି ଦେଖିଲେ ତୁରନ୍ତ ଟୋଲ୍‌ ଫ୍ରି ନମ୍ବରରେ ଯୋଗାଯୋଗ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ୨୦୧୯ ମସିହାରୁ ଏକ ନିୟମ କରାଯାଇଥିଲା। ନିୟମ କଡାକଡି ପାଳନ ପାଇଁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ମଧ୍ୟ ଗଠନ ସହ ଅଭିଯୋଗ ଆସିଲେ ତୁରନ୍ତ ତଦନ୍ତ କରାଯାଇ ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିୟମକୁ ସେତେବେଳେ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା। ହେଲେ ଏବେ ନିୟମର କାର୍ଯ୍ୟକାରିତା ଓ ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡ୍ରାଇଭର ଡ୍ରାଇଭିଂ ସମୟରେ ଫୋନ୍‌ରେ କଥା ହେଉଥିବା ଓ ଏଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବା ବହୁ ନଜିର ରହିଛି। ସେହିପରି ପୂର୍ବରୁ ସୁପ୍ରିମକୋର୍ଟ ଭାରିଯାନରେ ସ୍ପିଡ୍‌ ଗର୍ଭନର ଲଗାଇବାକୁ ଆଦେଶ ଦେଇଥିବାବେଳେ ରାଜ୍ୟରେ ଏଯାଏ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri