Categories: ବାଣିଜ୍ୟ

ଫ୍ଲିପ୍‌କାର୍ଟରୁ ଅଲଗା ହେଲା ଫୋନ୍‌ପେ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଡିଜିଟାଲ ପେମେଣ୍ଟ ସଂସ୍ଥା ଫୋନ୍‌ପେ ତା’ର ମାଲିକାନା ସଂସ୍ଥା ଫ୍ଲିପ୍‌କାର୍ଟଠାରୁ ଅଲଗା ହୋଇଯାଇଥିବା ଜଣାପଡ଼ିଛି। ବିଶେଷକରି ଏକ ସ୍ବାଧୀନ କମ୍ପାନୀ ଭାବେ ଏହା ପରିଚାଳିତ ହେବ ବୋଲି ସୂଚନା ମିଳିଛି। ଏପରିକି ପୂର୍ବରୁ ଏହା ଫ୍ଲିପ୍‌କାର୍ଟ ଅଧୀନରେ ପରିଚାଳିତ ହେଉଥିଲା। ଫଳରେ କମ୍ପାନୀ ଯେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଫ୍ଲିପ୍‌କାର୍ଟ ବୋର୍ଡର ମଞ୍ଜୁରୀ ଆବଶ୍ୟକ କରୁଥିଲା। କମ୍ପାନୀ ବର୍ତ୍ତମାନ ଏକ ପୃଥକ୍‌ ସଂସ୍ଥାରେ ପରିଣତ ହୋଇଥିବାରୁ ଆଗାମୀ ଦିନରେ ଫୋନ୍‌ପେ ଆବଶ୍ୟକ ନିଷ୍ପତ୍ତି ଓ କାର୍ଯ୍ୟକ୍ରମ ସ୍ବାଧୀନ ଭାବେ ଗ୍ରହଣ କରିବ ବୋଲି କୁହାଯାଉଛି। ସେହିଭଳି ଫ୍ଲିପ୍‌କାର୍ଟ ହେଉଛି ଦେଶର ଅଗ୍ରଣୀ ଇ-କମର୍ସ କମ୍ପାନୀ। ସେଥିରେ ଆମେରିକାର ରିଟେଲ ସଂସ୍ଥା ୱାଲ୍‌ମାର୍ଟର ସିଂହଭାଗ ଅଂଶଧନ ରହିଛ।ି ଫ୍ଲିପ୍‌କାର୍ଟଠାରୁ ଅଲଗା ହୋଇଥିବା ଫୋନ୍‌ପେ’ରେ ମଧ୍ୟ ୱାଲ୍‌ମାର୍ଟର ସିଂହଭାଗ ଅଂଶଧନ ରହିଛି। ଏହା ପୂର୍ବରୁ ଫୋନ୍‌ପେ’କୁ ଫ୍ଲିପ୍‌କାର୍ଟ ସିଙ୍ଗାପୁର ଓ ଫୋନ୍‌ପେ ସିଙ୍ଗାପୁର ଜରିଆରେ ୱାଲ୍‌ମାର୍ଟ ପରିଚାଳିତ କରୁଥିଲା। ଏପରିକି ଉକ୍ତ ୨ ସଂସ୍ଥାର ଅଂଶଧନକାରୀମାନେ ଫୋନ୍‌ପେ ଶେୟାରକୁ କିଣିଥିବାରୁ ତାହା ବର୍ତ୍ତମାନ ଏକ ସମ୍ପୂର୍ଣ୍ଣ ଭାରତୀୟ କମ୍ପାନୀରେ ପରିଣତ ହୋଇଯାଇଛି।

Share