Categories: ଖେଳ

ମୋଦିଙ୍କ କୋଳରେ ଅଙ୍ଗଦ ବୁମରା, ଜସପ୍ରୀତଙ୍କ ପୁଅଙ୍କ ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଟିମ୍‌ ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିିଥିଲେ। ହୋଟେଲରେ ବିଶ୍ରାମ ନେବା ପରେ ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଯାଇଥିଲେ। ଭାରତର ତାରକା ବୋଲର ଜସପ୍ରିତ ବୁମରା ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ସାକ୍ଷାତର କିଛି ଫଟୋ ଶେୟାର କରିଛନ୍ତି। ହୃଦୟସ୍ପର୍ଶୀ ଫଟୋରେ ପିଏମ ମୋଦି ବୁମରା, ସଞ୍ଜନା ଏବଂ ସେମାନଙ୍କ ପୁଅ ଅଙ୍ଗଦଙ୍କ ସହ ପୋଜ ଦେଉଥିବା ନଜର ଆସିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୪ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ବାସଭବନରେ ଭାରତୀୟ ଦଳ ସହ ଏକ ବିଶେଷ ବୈଠକ କରିଥିଲେ। ଭାରତର ଷ୍ଟାର ବୋଲର ଜସପ୍ରୀତ ବୁମରା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହି ବୈଠକର କିଛି ଝଲକ ଶେୟାର କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସ୍ବତନ୍ତ୍ର ସାକ୍ଷାତକାରର ଫଟୋ ପୋଷ୍ଟ କରିଥିଲେ। ଏହି ସମୟରେ ବୁମରାଙ୍କ ପତ୍ନୀ ସଞ୍ଜନା ଗଣେସନ ଏବଂ ତାଙ୍କ ପୁଅ ଅଙ୍ଗଦ ମଧ୍ୟ ଉପସ୍ଥିତ ଥିଲେ।
ଶେୟାର ହୋଇଥିବା ଫଟୋରେ ପିଏମ ମୋଦି ବୁମରାଙ୍କ ପୁଅ ଅଙ୍ଗଦଙ୍କୁ ନିଜ କୋଳରେ ଧରିଥିବାର ନଜର ଆସିଛନ୍ତି। ଏହି ସମୟରେ ବୁମରା ଏବଂ ତାଙ୍କ ପତ୍ନୀ ସଞ୍ଜନା ନିକଟରେ ନଜର ଆସିଛନ୍ତି। ବୁମରା ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଗର୍ବର ବିଷୟ। ସେ ଲେଖିଛନ୍ତି ଯେ ମୋତେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ନିମନ୍ତ୍ରଣ କରି ସ୍ବାଗତ କରିଥିବାରୁ ଧନ୍ୟବାଦ। ବାର୍ତ୍ତାଳାପ ପରେ ବିରାଟ କୋହଲି, ଋଷଭ ପନ୍ତ ଏବଂ ୟୁଜବେନ୍ଦ୍ର ଚହଲଙ୍କ ସମେତ ଅନ୍ୟ ଭାରତୀୟ ଖେଳାଳି ମଧ୍ୟ ଏକ ସ୍ବତନ୍ତ୍ର ପୋଷ୍ଟ ଶେୟାର କରିଛନ୍ତି।

Share