କିମ୍‌ ଟ୍ରମ୍ପ୍‌ଙ୍କୁ ଚୁମ୍ବନ ଦେଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ…

ହନୋଇ,୧।୧ : ହାନୋଇରେ ଏକ ବୈଠକ କରିବା ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଭଳି ଦେଖଯାଉଥିବା ହାୱାର୍ଡ ଆକ୍ସ ଏବଂ ଟ୍ରମ୍ପଙ୍କ ଭଳି ଦେଖିବାକୁ ଲାଗୁଥିବା ରସେଲ ହ୍ବାଇଟଙ୍କୁ ବିମାନବନ୍ଦରରେ ନଜର ଆସିଛନ୍ତି। କିମ୍‌ ଏବଂ ଟ୍ରମ୍ପ ଭଳି ଦେଖାଯାଉଥିବା ଏହି ଦୁଇ ଜଣ ପରସ୍ପରକୁ ଚୁମ୍ବନ ଦେଉଥିବା ଚିତ୍ର ଭିଏତନାମର ହାନୋଇ ବିମାନବନ୍ଦରରୁ ଆସିଛି।

କିମ ଜୋଙ୍ଗ ଉନ ପରି ଦେଖାଯାଉଥିବା ବ୍ୟକ୍ତିଙ୍କ ପ୍ରକୃତ ନାମ ହେଉଛି ହାୱାର୍ଡ ଲି। ସେ ମୂଳତଃ ହଂକଂର ନାଗରିକ ଏବଂ ଅଷ୍ଟ୍ରେଲିଆରେ ରୁହନ୍ତି। କିମ ଜୋଙ୍ଗ ଉନଙ୍କ ଭଳି ଦେଖାଯାଉଥିବାରୁ ସେ ବହୁତ ପ୍ରସିଦ୍ଧ ହୋଇଯାଇଛନ୍ତିି।

ହାୱାର୍ଡ ଲି ଏହି ଚିତ୍ରକୁ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି ଯେ ଭିଏତନାମ ଛାଡିବା ପରେ ଟ୍ରମ୍ପ (ରସେଲ ହ୍ବାଇଟ) ମୋତେ ଚୁମ୍ବନ ଦେଇଛନ୍ତି। ମୋତେ ବ୍ୟକ୍ତିଗତ ଭାବେ ମୋ ହୋଟେଲରୁ ବିମାନବନ୍ଦରକୁ ଇମିଗ୍ରେଶନ ବିଭାଗ ୩ ଜଣ ଅଧିକାରୀଙ୍କ ସହିତ ନେଇଥିଲା। ବିମାନ ବନ୍ଦରରେ ପହଞ୍ଚିବା ପରେ ମୋତେ ଇମିଗ୍ରେଶନ ଏବଂ ସିକ୍ୟୁରିଟି ଯାଞ୍ଚ ମାଧ୍ୟମରେ ଭିଆଇପି ବର୍ଗ ମାଧ୍ୟମରେ ଇମିଗ୍ରେଶନ ସୁରକ୍ଷାକର୍ମୀ ଏବଂ ଅଧିକାରୀଙ୍କ ସହ ନିଆଯାଇଥିଲା। ମୁଁ ନିଜକୁ ଜଣେ ପ୍ରକୃତ ରାଷ୍ଟ୍ରପତି ପରି ଅନୁଭବ କଲି ।

ଭିଏତନାମରେ ହାୱାର୍ଡ ଲି ଏବଂ ରସେଲ ହ୍ବାଇଟଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସ୍ଥାନୀୟ ଟିଭି ଷ୍ଟେଶନକୁ ସାକ୍ଷାତକାର ଦେବାବେଳେ ତାଙ୍କୁ ପୋଲିସ ଗିରଫ କରିଥିଲା। ପରେ ତାଙ୍କୁ ମୁକ୍ତ କରାଯାଇଥିଲା ଏବଂ ତାଙ୍କ ଦେଶକୁ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ହଂକଂ ବାସିନ୍ଦା ହାୱାର୍ଡ ଏକ୍ସ ବିଦେଶୀ ଗଣମାଧ୍ୟମକୁ କହିଛନ୍ତି ଯେ ନକଲି ବନ୍ଦ କରିବା ପାଇଁ କର୍ତ୍ତୃପକ୍ଷ ଆମକୁ କହିଛନ୍ତି ନଚେତ ଆମେ ଆପଣଙ୍କୁ ଦେଶରୁ ବାହାର କରିଦେବୁ।

ନିକଟରେ କତାରରେ ଫୁଟବଲ ବିଶ୍ୱକପ ୨୦୨୨ ସମୟରେ ହାୱାର୍ଡ ଲିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

Share