Categories: ଜାତୀୟ

ନୋଟରେ ଗାନ୍ଧୀଙ୍କ ସହିତ ରହୁ ଲକ୍ଷ୍ମୀ-ଗଣେଶଙ୍କ ଫଟୋ, କେନ୍ଦ୍ର ସରକାରଙ୍କୁ କେଜ୍ରିଓ୍ବାଲଙ୍କ ଅପିଲ…

ନୂଆଦିଲ୍ଲୀ,୨୬।୧୦ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଏକ ଗଣମାଧ୍ୟମ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ନୋଟ ଉପରେ ଗାନ୍ଧିଜୀଙ୍କ ସହ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ରହିବା ଉଚିତ। ଏହା ଦ୍ୱାରା ସୁଖ ଏବଂ ସମୃଦ୍ଧି ଆସିବ ଓ ସମଗ୍ର ଦେଶବାସୀ ସେମାନଙ୍କ ଆଶୀର୍ବାଦ ପାଇବେ। ଏହା ନୂଆ ନୋଟରୁ ଆରମ୍ଭ ହୋଇପାରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଦେଶର ଅର୍ଥନୀତି ଏକ ଖରାପ ପର୍ଯ୍ୟାୟରେ ଗତି କରୁଛି, ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଉଛି। ଏହି କ୍ଷେତ୍ରରେ ସୁଧାର ପାଇଁ କେବଳ ଇଶ୍ବରଙ୍କ ଆଶୀର୍ବାଦ ହିଁ ଆବଶ୍ୟକ। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।

ସେ କହିଛନ୍ତି ଯେ ଦେଶର ଖରାପ ଅର୍ଥନୀତି ପ୍ରଭାବ ସାଧାରଣ ଲୋକଙ୍କ ଉପରେ ସ୍ପଷ୍ଟ ଦେଖାଯାଉଛି। ଏହି କାରଣରୁ ସାଧାରଣ ଲୋକ ଯନ୍ତ୍ରଣା ଭୋଗୁଛନ୍ତି। ଆମେ ଚାହୁଁ ଭାରତ ଧନୀ ଦେଶ ହେଉ, ଲୋକମାନେ ଧନୀ ହୁଅନ୍ତୁ। ଏଥିପାଇଁ ଆମକୁ ଅନେକ ପଦକ୍ଷେପ ନେବାକୁ ପଡିବ। ଆମକୁ ଡାକ୍ତରଖାନା, ବହୁ ସଂଖ୍ୟାରେ ବିଦ୍ୟାଳୟ ଖୋଲିବାକୁ ପଡିବ। ଭିତ୍ତିଭୂମି ପ୍ରସ୍ତୁତିର ଅବଶ୍ୟକତା ରହିଛି।

କେଜ୍ରିୱାଲ କହିଛନ୍ତି ଯେ ଯେତେବେଳେ ଆମକୁ ଭଗବାନଙ୍କ ଆଶୀର୍ବାଦ ମିଳିବ ସେତେବେଳେ ଆମର ଉଦ୍ୟମ ସଫଳ ହେବ। ସେ କହିଛନ୍ତି ଯେ ଅନେକ ଥର ଏହା ଘଟେ ଯେ କଠିନ ପରିଶ୍ରମ କରିବା ପରେ ମଧ୍ୟ କୌଣସି ଫଳାଫଳ ମିଳେ ନାହିଁ। ଏହି କ୍ଷେତ୍ରରେ, ଇଶ୍ବରଙ୍କ ଆଶୀର୍ବାଦ ଆବଶ୍ୟକ। ଯେତେବେଳେ ଦେବତାମାନଙ୍କର ଆଶୀର୍ବାଦ ମିଳେ, ଫଳାଫଳ ଆସିବା ଆରମ୍ଭ କରିଥାଏ।

Share