Categories: ଜାତୀୟ

ବାଇକ ମେକାନିକଙ୍କ ସହିତ କାମ କରୁଥିବା ରାହୁଲଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୨୮।୬ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାଇକ ମେକାନିକ ସହିତ ଫଟୋ ଏବେ ସାମ୍ନାକୁ ଆସିଛି। ଏହାର କିଛି ଫଟୋ କଂଗ୍ରେସର ଅଫିସିଆଲ ଟୁଇଟର ଆକାଉଣ୍ଟରୁ ମଧ୍ୟ ଶେୟାର କରାଯାଇଛି। ନିକଟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏକ ଟ୍ରକରେ ବସିଥିବାର ନଜର ଆସିଥିଲେ ଏବଂ ସେହି ସମୟରେ ତାଙ୍କୁ ଡେଲିଭରି ବାଳକ ପଛରେ ବସିଥିବାର ମଧ୍ୟ ଦେଖାଯାଇଥିଲା। ଏବେ ତାଙ୍କୁ ଦିଲ୍ଲୀର କରୋଲ ବାଗରେ ଏକ ମୋଟରସାଇକେଲ ମେକାନିକ ଦୋକାନରେ ଦେଖିବାକୁ ମିଳିଛି। ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ରାହୁଲ ଗାନ୍ଧୀଙ୍କ ଫଟୋ ସହିତ କଂଗ୍ରେସ ଟୁଇଟରରେ ଲେଖିଛି, ଏହି ହାତ ଭାରତକୁ ତିଆରି କରେ, ଏହି ପୋଷାକରେ ଲାଗିଥିବା କଳା ଆମର ଆତ୍ମ ସମ୍ମାନ ଏବଂ ଗର୍ବ, କେବଳ ଜଣେ ଲୋକ ନେତା ଏହିପରି ହାତକୁ ଉତ୍ସାହିତ କରିବା କାର୍ଯ୍ୟ କରନ୍ତି। ଭାରତ ଯୋଡୋ ଯାତ୍ରା ଜାରି ରହିଛି । ରାହୁଲ ବାଇକ ମେକାନିକଙ୍କଠାରୁ ବିଭିନ୍ନ ଯନ୍ତ୍ରାଶଂ ବିଷୟରେ ମଧ୍ୟ ପଚାରି ବୁଝିଥିଲେ।

ଲୋକମାନେ ମଧ୍ୟ କରୋଲ ବାଗରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ଭିଡ ଜମାଇଥିଲେ। ସେ ମଧ୍ୟ ସମସ୍ତଙ୍କ ସହ ହାତ ମିଳାଇଥିଲେ।
ଏହା ପ୍ରଥମ ଘଟଣା ନୁହେଁ ଯେ ରାହୁଲଙ୍କ ଏଭଳି ଫଟୋ ସାମ୍ନାକୁ ଆସିଛି। ଏହାପୂର୍ବରୁ ମେ ୨୩ ରେ ରାହୁଲ ଦିଲ୍ଲୀରୁ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ ଟ୍ରକରେ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା। ରାହୁଲ ସେମାନଙ୍କ ସମସ୍ୟା ବୁଝିବା ପାଇଁ ଟ୍ରକ ଡ୍ରାଇଭରମାନଙ୍କ ସହ କଥାବାର୍ତ୍ତା କରିଥିଲେ। ନିକଟରେ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କର ଆମେରିକା ଗସ୍ତ ସମୟରେ ଏକ ଟ୍ରକରେ ଯାଉଥିବା ଦେଖିବାକୁ ମିଳିଥିଲା। ଗତ ଜୁନ ୧୩ ରେ, ସେ ନ୍ୟୁୟର୍କ ଯିବା ବାଟରେ ଏକ ଟ୍ରକରେ ଯାତ୍ରା କରିଥିଲେ ଏବଂ ଜଣେ ଭାରତୀୟ ଆମେରିକୀୟ ଟ୍ରକ ଡ୍ରାଇଭରଙ୍କ ସହ କଥାବାର୍ତ୍ତା ହୋଇଥିଲେ ।

Share