ନୂଆଦିଲ୍ଲୀ, ୯।୧ : ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟିବ। ବିଧାନସଭା ନିର୍ବାଚନ ହେବାକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ମଣିପୁର ଆଦି ୫ ରାଜ୍ୟରେ ଏଭଳି କରାଯିବ। ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହି ପଦକ୍ଷେପ ନିଆଯିବ। କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋଓ୍ବିନ୍ ପ୍ଳାଟଫର୍ମରେ ଜରୁରୀ ଫିଲଟର ଲଗାଯିବ। ଫଳରେ ଟିକାପ୍ରମାଣ ପତ୍ରରେ ଆଉ ପ୍ରଧାନମନ୍ତ୍ରୀଙ୍କ ଫଟୋ ଆସିବ ନାହିଁ।
ମାର୍ଚ୍ଚ ୨୦୨୧ରେ କେତେକ ରାଜନୈତିକ ଦଳର ଅଭିଯୋଗ କ୍ରମେ ଆସାମ,କେରଳ,ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା।