କାନ୍ବେରା: ପ୍ରଚଳିତ ପୁରାତନ ପ୍ରଥ ହେଉ ଅବା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ସାମୂହିକ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ସିଡ୍ନୀର ବୋଣ୍ଡି ବିଚ୍ରେ ପାଖାପାଖି ୨୫୦୦ ଜଣ ଲୋକ ଏକାଠି ହୋଇ ଫଟୋ ଶୁଟ୍ କରିଛନ୍ତି। ତେବେ ଏହି ଗଣ ଫଟୋ ଶୁଟ୍ ପଛର କାରଣ ହେଉଛି ଚର୍ମ କର୍କଟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା। ନିଆରା ଢଙ୍ଗରେ କରାଯାଇଥିବା ଏହି ସଚେତନତାମୂଳକ ଫଟୋ ଶୁଟ୍ ପାଇଁ ହଜାରେରୁ ଅଧିକ ଲୋକ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଏହି ଶୁଟ୍ କରିଥିଲେ। ଆମେରିକାର ଫଟୋଗ୍ରାଫିକ୍ ଆର୍ଟିଷ୍ଟ୍ ସ୍ପେନ୍ସର ଟୁନିକ୍ ଏହି ଫଟୋ ଉତ୍ତୋଳନ କରିଥିଲେ। ଏଥିରେ ଅଂଶଗ୍ରହଣ କରିଥିବା ଲୋକମାନେ ବିଭିନ୍ନ ପୋଜ୍ ଦେଇଥିଲେ। ନ୍ୟୁୟର୍କର ଏକ ଚ୍ୟାରିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅଷ୍ଟ୍ରେଲିଆର ଅଧିକାଂଶ ଲୋକ କ୍ୟାନ୍ସରରେ ଆକ୍ରାନ୍ତ ।
ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଚଳିତ ବର୍ଷ ୧୭,୭୫୬ ଜଣ ଲୋକ ଏହି ରୋଗରେ ଆକ୍ରନ୍ତ ହୋଇଥିବାବେଳେ ପାଖାପାଖି ୧,୨୮୧ଙ୍କ ମୃତ୍ୟୁର କାରଣ ପାଲଟିଛି କ୍ୟାନ୍ସର। ଶେଷଥର ପାଇଁ ଟୁନିକ ୨୦୧୦ରେ ସିଡ୍ନୀରେ ଏକ ସାମୂହିକ ଫଟୋ ଶୁଟ୍ କରିଥିଲେ, ଯେଉଁଥିରେ ୫,୨୦୦ ଲୋକ ସାମିଲ ହୋଇଥିଲେ।