Advertisement

ଭାଲୁ ସହ ଫଟୋ ଶୁଟ୍‌

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖି ଅଧିକାଂଶ ୟୁଜର୍ସ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଉକ୍ତ ଭିଡିଓରେ ଜଣେ ମହିଳା ଏକ ବିଶାଳ ଭାଲୁ ସହ ଆଲିଙ୍ଗନ କରି ଫଟୋ ଶୁଟ୍‌ କରୁଥିବା ନଜରକୁ ଆସିଛନ୍ତି। ଭିଡିଓରେ ମହିଳାଙ୍କ ଶାନ୍ତତା ଏବଂ ଭାଲୁର ଭଦ୍ର ଆଚରଣ ସୋସିଆଲ ମିଡିଆ ୟୁଜର୍ସଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ମହିଳାଜଣକ ଏକ ସେଓ ପରିପୂର୍ଣ୍ଣ ଥିବା ବକେଟ୍‌ ମଧ୍ୟ ଭାଲୁ ପାଇଁ ଆଣିଛନ୍ତି। ସେ ଉକ୍ତ ବକେଟରୁ ଗୋଟିଏ ପରେ ଗୋଟିଏ ସେଓ କାଢ଼ି ଭାଲୁଟିକୁ ଖାଇବାକୁ ଦେଉଛନ୍ତି। ଭାଲୁଟି ମଧ୍ୟ ଆଗ୍ରହର ସହ ମହିଳା ଦେଇଥିବା ଉକ୍ତ ସେଓଗୁଡ଼ିକୁ ଖାଇବାରେ ଲାଗିଛି। ତେବେ ଉକ୍ତ ଭାଲୁଟି କିଭଳି ଏତେମାତ୍ରାରେ ଶାନ୍ତ ଓ ଭଦ୍ର ସ୍ବଭାବର ହୋଇପାରିଛି ବୋଲି ଭିଡିଓ ଦେଖି ଅନେକ ୟୁଜର୍ସ ପ୍ରଶ୍ନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share