କେନ୍ଦୁଝର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଧୀନ ନୂଆଗାଁ ପଞ୍ଚାୟତରେ ଦୁଇଜଣ ବ୍ୟକ୍ତି ଡ୍ରୋନ୍ ସହାୟତାରେ ବେଆଇନ ଭାବେ ଫଟୋ ଉଠାଉଥିବା ନେଇ ଗ୍ରାମବାସୀ ତାଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି।
ଅନ୍ୟପକ୍ଷେ ଏକ କମ୍ପାନୀ ପକ୍ଷରୁ କାରଖାନା ହେବାକୁଥିବା ବେଳେ ଡ୍ରୋନ୍ ସହାୟତାରେ ଫଟୋ ଉଠାଉଥିବା ଜଣାପଡ଼ିଛି। ଏନେଇ ଗାଁରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା। ସଦର ଥାନା ଅଧିକାରୀ ଓ ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ।