Categories: ଜାତୀୟ

ପୋଲିସ ଗାଡିରେ ବସି ଫଟୋ ଉଠାଇବା ମହଙ୍ଗା ପଡ଼ିଲା: ବନ୍ଧା ହେଲେ ୩ ଯୁବକ

ମୁଜାଫାନଗର,୨।୮-ପୋଲିସ ଗାଡିରେ ବସି ଫଟୋ ଉଠାଇ ଭାଇରାଲ କରିବା ୩ ଯୁବକଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ ଉତ୍ତରପ୍ରଦେଶ ପୋଲିସ ରବିବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ଶାହାଜାଦ, ସଲିମ, ଏବଂ ମାଉ।
ପୋଲିସ କହିଛି, ହଜିପୁରା ଗ୍ରାମର ଜଣେ ମହିଳାଙ୍କୁ ଦମ୍ପତ୍ତି ଏବଂ ଭାଉଜ ମିଶି ଆକ୍ରମଣ କରିଥିଲେ। ଖବରପାଇ ସିଭିଲ ଲାଇନ ପୋଲିସ ପିଆରଭି ୨୨୦୩ ଉକ୍ତ ଗ୍ରାମରେ ପହଞ୍ଚିଥିଲା। ପରେ ପୋଲିସ କର୍ମଚାରୀ ରାସ୍ତା କଡରେ ଗାଡିକୁ ପାର୍କିଂ କରି ଘଟଣାସ୍ଥଳକୁ ଯାଇଥିଲେ। ଏହି ସମୟରେ ଶାହାଜାଦ, ସଲିମ, ଏବଂ ମାଉ ପୋଲିସ ଗାଡି ବନେଟରେ ବସି ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।

Share