ରାଷ୍ଟ୍ରପତିଙ୍କ ଫଟୋ ଆଙ୍କି ପଠାଇଥିଲେ

ସୋରଡା,୮।୪(ଲମ୍ବୋଦର ପାଣିଗ୍ରାହୀ): ଶଶିଭୂଷଣ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ତଥା ସ୍ଥାନୀୟ ପାଇକ ସାହି ଭଗବାନ ସାହୁଙ୍କ ପୁଅ ଶୁଭମ ସାହୁ ମାର୍ଚ୍ଚ ୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅବିକଳ ପେନସିଲ ଆର୍ଟ ଫୋଟୋ ଚିତ୍ରକୁ ସ୍ବତନ୍ତ୍ର ଡାକ ଯୋଗେ ରାଷ୍ଟ୍ରପତି ଭବନକୁ ପଠାଇଥିଲେ। ଉକ୍ତ ଚିତ୍ର ରାଷ୍ଟ୍ରପତି ଭବନରେ ହସ୍ତଗତ ହେବାପରେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବାଳୟରୁ ମେସେଜ ଯୋଗେ ଶୁଭମ୍‌ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

୩ ବର୍ଷ ହେଲା ଶୁଭମ୍‌ ବିଭିନ୍ନ ମହାପୁରୁଷ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ପଟ୍ଟନାୟକ, ମହାତ୍ମା ଗାନ୍ଧୀ, ନେତାଜୀଙ୍କ ଫଟୋ ଚିତ୍ର ସହ ସ୍ଥାନୀୟ ବିଧାୟକ, ଏନ୍‌ଏସି ଅଧ୍ୟକ୍ଷଙ୍କ ସହ ବିଭିନ୍ନ ଠାକୁରଙ୍କ ଚିତ୍ର ସହ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ପରି ବହୁ ବ୍ୟକ୍ତିଙ୍କ ପେନସିଲରେ ଅବିକଳ ଚିତ୍ର ଆଙ୍କି ଅଞ୍ଚଳର ବିଭିନ୍ନ ସମାରୋହ, ଯାତ୍ରା, ବିଦ୍ୟାଳୟ ସହ ବିଭିନ୍ନ ସମାବେଶରେ ପ୍ରଦାନ କରିଚାଲିଛନ୍ତି।

ଏନେଇ ୧୩ ବର୍ଷ ବୟସର ଶୁଭମ୍‌ ୫-ଟି ଅଧ୍ୟକ୍ଷ ପଣ୍ଡିଆନ, ଗଞ୍ଜାମ ଜିଲାପାଳ, ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଏନ୍‌ଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା, ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁତୀକୃଷ୍ଣ ପାତ୍ରଙ୍କ ସମେତ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି।

ଅନ୍ୟପକ୍ଷେ ରାଷ୍ଟ୍ରପତିଙ୍କୁ ଶୁଭମ୍‌ ନିଜ କଳାର ନିଦର୍ଶନ ପଠାଇ ସେଠାରୁ ଧନ୍ୟବାଦ ବାର୍ତ୍ତା ଆସିବା ପରେ ଶୁଭ୍‌ମ ଖୁସି ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଶୁଭମ୍‌ ପେନସିଲ ଚିତ୍ରକର ଭାବେ ଅଞ୍ଚଳରେ ପରିଚିତ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri