Categories: ଜାତୀୟ

କେଦାରନାଥ ଧାମରେ ଫଟୋ ଉଠାଇବା ମନା

ରୁଦ୍ରପ୍ରୟାଗ,୧୭।୭: ଏଣିକି କେଦାରନାଥ ଧାମ ଭିତରେ କେହି ଶ୍ରଦ୍ଧାଳୁ ଫଟୋ ଉଠାଇ ପାରିବେ ନାହିଁ। ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ସୋମବାର ଏକ ବଡ ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ, ଏଣିକି କେଦାରନାଥ ମନ୍ଦିର ପରିସରରେ କେହି ଫଟୋ ଉଠାଇ ପାରିବେ ନାହିଁ କିମ୍ବା ଭିଡିଓ ଶୁଟିଂ କରିପାରିବେ ନାହିଁ।
ଏହାକୁ ନେଇ ମନ୍ଦିର କମିଟି ପକ୍ଷରୁ ମନ୍ଦିର ଚାରିପଟେ ଓ୍ବାର୍ନିଂ ସାଇନ୍‌ ଲଗାଇ ଦିଆଯାଇଛି। ଯଦି ଏହାକୁ କେହି ଅମାନ୍ୟ କରେ ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମନ୍ଦିର ମଧ୍ୟକୁ ମୋବାଇଲ ଫୋନ ମନା କରାଯାଇଥିବା ବେଳେ ଆପଣମାନେ ସିସିଟିଭି ନଜରରେ ରହିଛନ୍ତି ବୋଲି ଲେଖିଦିଆଯାଇଛି। ସେହିପରି ମନ୍ଦିର ଭିତରକୁ ଯାଉଥିବା ଶ୍ରଦ୍ଧାଳୁମାନେ ବି ଭଲ ପୋଷାକ ପରିଧାନ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ମାସରେ ଜଣେ ଯୁବତୀ ତାଙ୍କ ବୟଫ୍ରେଣ୍ଡକୁ କେଦାନାଥ ମନ୍ଦିରରେ ପ୍ରପୋଜ କରୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ମନ୍ଦିର କମିଟି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

Share