ମୁକୁଳା ଡ୍ରେନ୍‌ରେ ଫଟୋ ସାମ୍ବାଦିକ ପଡ଼ିବା ଘଟଣା: ପିଡବ୍ଲ୍ୟୁଡି ଉପରେ ଦୋଷ ଲଦିଲା ବିଏମ୍‌ସି

ଭୁବନେଶ୍ୱର, ୧୩ା୧ (ବ୍ୟୁରୋ): ହକି ବିଶ୍ୱକପ ପାଇଁ ରାଜଧାନୀର ରାସ୍ତାଘାଟ ମରାମତି ଠାରୁ ଆରମ୍ଭ କରି ସହରର ସୌନ୍ଦର୍ଯ୍ୟକରଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କେଉଁଠି ପ୍ରାଚୀର ଚିତ୍ରରେ ଓଡ଼ିଶା କଳା, ସଂସ୍କୃତି, ଐତିହ୍ୟ, କାରୁକାର୍ଯ୍ୟ ଝଟକୁଛି ତ ଆଉ କେଉଁଠି ଗଛ ଲଗାଯାଇଛି। ମାତ୍ର ଘରେ ନ ପଶୁଣୁ ଚାଳ ବାଜିବା ଭଳି ବିଶ୍ୱକପ୍‌ ଆରମ୍ଭ ନ ହେଉଣୁ ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ବିଦେଶୀ ଫଟୋ ସାମ୍ବାଦିକ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ହକି ବିଶ୍ୱକପର ଫଟୋ ଖବର ସଂଗ୍ରହ ପାଇଁ ଦକ୍ଷିଣ କୋରିଆରୁ ଭୁବନେଶ୍ୱର ଆସିଥିବା ଫଟୋ ସାମ୍ବାଦିକ ପାର୍କ ସାଙ୍ଗ୍‌ ମିଓନ୍‌ ବୁଧବାର ସନ୍ଧ୍ୟାରେ ଡୁମୁଡୁମା ଅଞ୍ଚଳର ଏକ ଦୋକାନକୁ ଚା’ ପିଇବାକୁ ଯାଇଥିଲେ। ଏହି ସମୟରେ ସମ୍ପୃକ୍ତ ମହିଳା ଚା’ ଦୋକାନୀଙ୍କ ଫଟୋ ଉଠାଇବାକୁ ଯାଇ ସେ ମୁକୁଳା ଡ୍ରେନ୍‌ରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମାତ୍ର ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନ ଆସିବାରୁ ଏକ କାର୍‌ରେ ଜନୈକ ବ୍ୟକ୍ତି ତାଙ୍କୁ ଆହତ ଅବସ୍ଥାରେ ନେଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମିଓନଙ୍କ ଗୋଡ଼ ଭାଙ୍ଗିିବା ସହ ହାତ ଏବଂ ପିଠିରେ କ୍ଷତ ହୋଇଛି। ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣା ପଡିଛି। ଘଟଣା ସମ୍ପର୍କରେ ମେୟର ସୁଲୋଚନା ଦାସ ସଫେଇ ଦେଇ କହିଛନ୍ତି ଯେ, ଏହି ଡ୍ରେନ ବିଏମ୍‌ସିର ନୁହେଁ। ସମ୍ପୃକ୍ତ ଡ୍ରେନ୍‌ର ରକ୍ଷଣାବେକ୍ଷଣ ପିଡବ୍ଲ୍ୟୁଡି ଦ୍ବାରା କରାଯାଉଛି। ସହରର ବିକାଶ ପାଇଁ କାର୍ଯ୍ୟ କରାଯାଉଛି। ଆଗକୁ ସମସ୍ତଙ୍କ ମିଳିତ ଉଦ୍ୟମରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ମେୟର କହିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ସାଇକେଲରେ ଟିଉଶନ ଯାଉଥିବା ବେଳେ ମୁକୁଳା ଡ୍ରେନରେ ଭାସିଯାଇ ଖଣ୍ଡଗିରି ଅଞ୍ଚଳର ଜଣେ ସ୍କୁଲ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ଏନ୍‌ଏଚ୍‌ଆର୍‌ସି କ୍ଷତିପୂରଣ ହେବାକୁ ନିର୍ଦ୍ଦେଶ ଦେବା ସହ ତୁରନ୍ତ ମୁକୁଳା ଡ୍ରେନରେ ସ୍ଲାବ ଘୋଡାଇବା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାକୁ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ହକି ବିଶ୍ୱକପ୍‌ ସମୟରେ ବିଦେଶୀ ଫଟୋ ସାମ୍ବାଦିକ ଡ୍ରେନରେ ଗଳି ପଡ଼ିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ସହରର ସୌନ୍ଦର୍ଯ୍ୟକରଣ କରାଯାଉଥିବା ବେଳେ ମୁକୁଳା ଡ୍ରେନରେ ବିଦେଶୀ ପର୍ଯ୍ୟଟକଙ୍କ ଗୋଡ଼ ଭାଙ୍ଗିବା ଘଟଣା ବିଶ୍ୱ ଦରବାରରେ ସ୍ମାର୍ଟ ସିଟି ଭୁବନେଶ୍ୱରର ଛବିକୁ ଏକପ୍ରକାର ମଳିନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri