ଫଟୋ ବି ବଦଳାଇପାରେ ଭାଗ୍ୟ: ଜାଣନ୍ତୁ କେମିତି…

ପ୍ରତ୍ୟେକ ବ୍ୟକ୍ତିଙ୍କର ସମସ୍ୟା ଭିନ୍ନ ଭିନ୍ନ ହୋଇଥାଏ। କାହାର ଚାକିରିକୁ ନେଇ ଟେନ୍‌ସନ୍‌ ରହିଥାଏ ତ କାହାର ବିଜ୍‌ନେସ୍‌କୁ ନେଇ। ପୁଣି କିଏ ପଇସାପତ୍ର ପାଇଁ ଅବସାଦରେ ରହିଥାଏ ତ କାହାର ପାରିବାରିକ ସମସ୍ୟା ମୁଣ୍ଡବିନ୍ଧାର କାରଣ ସାଜିଥାଏ। କିନ୍ତୁ ଏସବୁ ସମସ୍ୟାରୁ ବି ମୁକ୍ତି ପାଇହେବ; ତାହା ପୁଣି ସାମାନ୍ୟ କେତୋଟି ଫଟୋ ପାଇଁ, କେମିତି ଜାଣନ୍ତୁ …
* ଘରେ ପଇସାପତ୍ରକୁ ନେଇ ସମସ୍ୟା ଉପୁଜୁଥିଲେ, ଘରର ଉତ୍ତର-ପୂର୍ବ କାନ୍ଥରେ ବୋହିଯାଉଥିବା ଝରଣାର ଫଟୋ ଲଗାଇଲେ ଶୁଭଫଳ ମିଳିଥାଏ।
* ଘରର ଡ୍ରଇଁ ରୁମ୍‌ରେ ଶସ୍ୟଶ୍ୟାମଳାଭରା ଗଛଲତାର ଫଟୋ ଲଗାଇଲେ ଏହା ସୌଭାଗ୍ୟକୁ ଆମନ୍ତ୍ରିତ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜାକୁ ବଢାଇଥାଏ।
* ଘରର ପ୍ରବେଶ ଦ୍ୱାର ନିକଟରେ ସୂର୍ଯ୍ୟୋଦୟର ଫଟୋ ଲଗାଇଲେ ଏହା ପରିବାରର ସମ୍ମାନକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।
* ଘରର ଦକ୍ଷିଣ-ପୂର୍ବ କାନ୍ଥରେ ମାତା ଲକ୍ଷ୍ମୀଙ୍କ ଫଟୋ ଲଗାଇଲେ ପରିବାରର ଶ୍ରୀ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
* ଘରର ବୈଠକଖାନା; ଯେଉଁଠି ପରିବାରର ମୁଖ୍ୟମାନେ ବସି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥାନ୍ତି, ସେଠାରେ ଉଚ୍ଚ ଗିରିଶୃଙ୍ଗର ଫଟୋ ଲଗାଇଲେ ଯାହାବି ନିଷ୍ପତି ହୋଇଥାଏ ତାହା ସମସ୍ତଙ୍କ ହିତ ପାଇଁ ହୋଇଥାଏ।
* ଡ୍ରଇଂ ରୁମ୍‌ରେ ଧଳା ଘୋଡା ଦୌଡୁଥିବାର ଫଟୋ ଲଗାଇଲେ, ପରିବାରରେ ସୁଖଶାନ୍ତି ବଢେ।
* ପିଲାଙ୍କର ପଢାରେ ମନ ଲାଗୁ ନଥିଲେ, ସେମାନଙ୍କ ଷ୍ଟଡି ଟେବୁଲ ପାଖରେ ବଗଟି ମାଛକୁ ଧ୍ୟାନର ସହ ଦେଖୁଥିବାର ଫଟୋ ଲଗାଇବା ଶୁଭ ହୋଇଥାଏ।