ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଫଟୋ ଭାଇରାଲ

ପୁରୀ ଅଫିସ,୮।୭: ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି। ଜଣେ ବଙ୍ଗୀୟ ପର୍ଯ୍ୟଟକ ଏହି ଫଟୋ ଭାଇରାଲ କରିଥିବା ଚର୍ଚ୍ଚା ହେଉଛି । ଶୁକ୍ରବାର ସା ଦର୍ଶନ ଥିବାରୁ କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ରହିଛି । ଏଭଳି ସ୍ଥିତିିରେ ଫଟୋ ଭାଇରାଲ ହେବା ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମହାପ୍ରଭୁ ଦର୍ଶନ ପାଇଁ ଶୁକ୍ରବାର ଲକ୍ଷାଧିକ ଭକ୍ତଙ୍କ ସମାଗମ ମଧ୍ୟ ହୋଇଛି। ଗୁଣ୍ଡିଚା ମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କୁ ପ୍ରବେଶ ଦ୍ୱାର ଠାରେ ପୋଲିସ ପକ୍ଷରୁ କଡ଼ା ଚେକିଙ୍ଗ କରାଯାଉଥିବାବେଳେ ଭକ୍ତମାନେ ମନ୍ଦିର ଭିତରକୁ କିଭଳି ମୋବାଇଲ ନେଲେ ଏବଂ ଫଟୋ ଭାଇରାଲହେଲା ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Share