ଭାଇରାଲ ହେଉଛି ସୁହାନାଙ୍କ ଲାଟେଷ୍ଟ ଫଟୋ

ମୁମ୍ବାଇ: ବଲିଉଡ୍ ବାଦ୍‌ଶାହା ଶାହାରୁଖ ଖାଁଙ୍କ ଝିଅ ସୁହାନା ଖାଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ତାଙ୍କର ରହିଛନ୍ତି ଅନେକ ପ୍ରଶଂସକ । ନିକଟରେ ଏହି ଷ୍ଟାର କିଡଙ୍କର କିଛି ଲାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ତାଙ୍କ ପ୍ରଶଂସକଙ୍କ ମନକୁ ପାଇଛି । ନିକଟରେ ଏକ ଅଲିଭଗ୍ରୀନ୍ କଲର ଡ୍ରେସ୍ ପିନ୍ଧି ସୁହାନା ଯେଉଁ ଫଟୋ ଶ୍ରେୟାର କରିଛନ୍ତି ତାହା ଖୁବ୍ ଭାଇରାଲ ହୋଇଛି । ଏବେ ପର୍ଯ୍ୟନ୍ତ ଏହି ଫଟୋକୁ ୨ ଲକ୍ଷରୁ ଅଧିକ ଲାଇକ୍ସ ମିଳି ସାରିଲାଣି । ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି ଏହି ଷ୍ଟାର କିଡ୍ । ଏବେ ତାଙ୍କ ପ୍ରଶଂସକଙ୍କ ଅପେକ୍ଷା କେବେ ସୁହାନା ବଲିଉଡ୍‌ରେ ଏଣ୍ଟ୍ରି କରୁଛନ୍ତି । ଏବେ ଇନଷ୍ଟାଗ୍ରାମରେ ସୁହାନାଙ୍କର ରହିଛନ୍ତି ପାଖାପାଖି ୧୨ ଲକ୍ଷ ଫଲୋୟର୍ସ ।

Share