Categories: ଫୁରସତ

ମହାକାଶରୁ ପୃଥିବୀର ଫଟୋ

ନୂଆଦିଲ୍ଲୀ, ୨୫ା୧: ଇଣ୍ଟରନ୍ୟାଶନାଲ ସ୍ପେଶ ଷ୍ଟେଶନ(ଆଇଏସ୍‌ଏସ୍‌) ମହାକାଶରୁ ପୃଥିବୀର ବିରଳ ଫଟୋ ଜାରି କରିଛି। ସହରର ଆଲୋକ ଓ ଚମକୁଥିବା ତାରାଗୁଡ଼ିକ ମଧ୍ୟରେ ପୃଥିବୀର ଦୃଶ୍ୟ କେତେ ମନୋରମ ରହିଛି ତାହା ଏହି ଫଟୋରେ ଦେଖିବାକୁ ମିଳିଛି। ଷ୍ଟେଶନର କକ୍ଷପଥରେ ଇକ୍ୟୁଟେରର ୫୧.୬ ଡିଗ୍ରୀ ଉଚ୍ଚତାରୁ ଏହା ଉଠାଯାଇଛି। ୪ଟି ଫଟୋକୁ ଆଇଏସ୍‌ଏସ୍‌ ଏହାର ଟୁଇଟରରେ ଶେୟାର କରିଛି। ଏଭଳି ଫଟୋ ବହୁ ସଂଖ୍ୟାରେ ଲୋକଙ୍କୁ ବିସ୍ମିତ କରିଛି। ନାସା ଦ୍ୱାରା ପରିଚାଳିତ ଅରୋରାସ୍‌ ନାମକ ଏକ ଫ୍ଲିକର ପ୍ରୋଫାଇଲର ଲିଙ୍କ୍‌ ସହିତ ଏହି ପୋଷ୍ଟ ଶେୟାର କରାଯାଇଛି। କେଉଁଠାରେ ଏବଂ କିପରି ଫଟୋଗୁଡ଼ିକ ଉଠାଯାଇଛି ତାହା ଏହି ଲିଙ୍କ୍‌ରୁ ଜଣାଯାଇଥାଏ। ରବିବାର ଆଇଏସ୍‌ଏସ୍‌ ଛବି ଛାଡ଼ିବାର ମାତ୍ର କିଛି ସମୟ ମଧ୍ୟରେ ହଜାର ହଜାର ସଂଖ୍ୟାରେ ଲୋକେ ଏହାକୁ ପସନ୍ଦ କରିଛନ୍ତି। ଫଟୋଚିତ୍ରଗୁଡ଼ିକ ବେଶ୍‌ ଚମତ୍କାର ହୋଇଥିବା ଲୋକେ ସେମାନଙ୍କ କମେଣ୍ଟରେ ଦର୍ଶାଇଛନ୍ତି।

Share