Categories: ଜାତୀୟ

ହାଜିପୁରରୁ ଲୋକସଭା ନିର୍ବାଚନ ଲଢ଼ିବେ ପଶୁପତି…

ପାଟନା,୨୨।୭ : କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନଶକ୍ତି ପାର୍ଟି (ଆରଏଲଜେପି) ମୁଖ୍ୟ ପଶୁପତି କୁମାର ପାରସ ତାଙ୍କ ପୁତୁରା ଚିରାଗ ପାସୱାନଙ୍କ ସହ ବୁଝାମଣାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏନଡିଏ ବୈଠକରେ ଚିରାଗ ପାସୱାନ ତାଙ୍କ ପାଦ ଛୁଇଁଲେ, ଯାହା ତାଙ୍କ ଦଳପୁଣି ମିଳିତ ହେବା ନେଇ କଳ୍ପନା ଜଳ୍ପନାର ହୋଇଥିଲା। ତେବେ ପଶୁପତି କହିଛନ୍ତି ତାହା ନୁହେଁ ଏବଂ ସେମାନେ ଆଉ ହାତ ମିଳାଇବେ ନାହିଁ।

ପଶୁପତି ଏହା ମଧ୍ୟ ଘୋଷଣା କରିଛନ୍ତି ସେ ବିହାରର ହାଜିପୁର ଆସନରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ସେଠାରେ ଜଣେ ଏମପି, ଭାରତ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ଏନଡିଏର ଜଣେ ପୁରୁଣା ତଥା ବିଶ୍ୱସ୍ତ ସହଯୋଗୀ ଭାବରେ ନିଜର ଅଧିକାରକୁ ଦର୍ଶାଇବେ। ତାଙ୍କର ଏଭଳି ଆଭିମୁଖ୍ୟ ନେଇ ଚିରାଗଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share