Categories: ଜାତୀୟ

‘ଶାରୀରିକ ଭାବେ ଆମେ ବ୍ରିକ୍ସ ସମ୍ମିଳନୀରେ ଥିଲୁ, କିନ୍ତୁ ବେଙ୍ଗାଲୁରୁରେ ଥିଲା ମନ’

ନୂଆଦିଲ୍ଲୀ,୩୧।୮: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚନ୍ଦ୍ରୟାନ-୩ ଅବତରଣ ଦିନ କଥା ମନେ ପକାଇଛନ୍ତି। ସେ କହିଛନ୍ତି ଯେ, ଯେଉଁ ଦିନ ଚନ୍ଦ୍ରୟାନ-୩ ଚନ୍ଦ୍ରରେ ଅବତରଣ କରିବାକୁ ଯାଉଥିଲା, ଆମେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଶାରୀରିକ ଭାବରେ ଉପସ୍ଥିତ ଥିଲୁ। ମାନସିକ ସ୍ତରରେ ଆମେ ବେଙ୍ଗାଲୁରୁରେ ଥିଲୁ। ସେହି ଦିନ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ନେଇ ଉତ୍ସାହିତ ଥିଲେ। ସେଦିନ ସନ୍ଧ୍ୟାରେ ସେଠାରେ କେବଳ ଗୋଟିଏ ବିଷୟ ଉପରେ ଆଲୋଚନା କରାଯାଉଥିଲା। ସେହି ବିଷୟଟି ଥିଲା ଚନ୍ଦ୍ରଯାନ -୩ର ଚନ୍ଦ୍ରରେ ସଫଳ ଅବତରଣ ।
ଦକ୍ଷିଣ ଆଫ୍ରିକାରେ ଉପସ୍ଥିତ ଥିବା ସମସ୍ତ ନେତା ବିଶ୍ୱାସ କରୁଥିଲେ ଯେ ଭାରତ ଏହା କରି ଦେଖାଇଛି। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଏହାକୁ ସର୍ବସାଧାରଣରେ ପ୍ରଶଂସା କରିଥିଲେ।
ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି, ଭାରତ ଏପରି ଏକ ସମୟରେ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛି, ଯେଉଁ ସମୟରେ ବିଶ୍ୱ ପ୍ରତି ଭାରତର ଗୁରୁତ୍ୱ ବଢୁଛି। ଆମର ଆର୍ଥିକ ସଫଳତା ବିଶ୍ୱ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ଆମେ ବର୍ତ୍ତମାନ ପାଞ୍ଚ ନମ୍ବର ଅର୍ଥନୀତିରେ ପରିଣତ ହୋଇଛୁ। ଚନ୍ଦ୍ରୟାନ-୩ ମଧ୍ୟ ଏହାର ଏକ ଉଦାହରଣ।

Share