୭୫୮ କୋଟିରେ ଗଲା ପିକାସୋଙ୍କ ପେଣ୍ଟିଂ

ନ୍ୟୁୟର୍କସ୍ଥିତ କ୍ରିଷ୍ଟିଜ୍‌ ଅକ୍ସନ ହାଉସ୍‌ ପକ୍ଷରୁ ଆୟୋଜିତ ନିଲାମିରେ ପ୍ରସିଦ୍ଧ ଚିତ୍ରକର ପାବ୍ଲୋ ପିକାସୋଙ୍କ ପେଣ୍ଟିଂ ‘ଓମ୍ୟାନ୍‌ ସିଟିଂ ବାଇ ଦି ଓ୍ବିଣ୍ଡୋ’ ୧୦.୩୪ କୋଟି ଡଲାର (ପ୍ରାୟ ୭୫୮ କୋଟି ଟଙ୍କା)ରେ ବିକ୍ରି ହୋଇଛି। ଏହା ୫୫ ନିୟୁତ ଡଲାରରେ ନିଲାମ ହେବ ବୋଲି କ୍ରିଷ୍ଟିଜ୍‌ ପକ୍ଷରୁ ଅନୁମାନ କରାଯାଇଥିଲା। ତେବେ ନିଲାମି ଆରମ୍ଭ ହେବାର ମାତ୍ର ୧୯ ମିନିଟ ଭିତରେ ଏହା ବିକ୍ରି ହୋଇଯାଇଛି। ସ୍ପାନିଶ୍‌ ପେଣ୍ଟର ପିକାସୋ(୧୮୮୧-୧୯୭୩)ଙ୍କ ଏହି ପେଣ୍ଟିଂ ଏତେ ଦାମରେ ନିଲାମ ହେବା କୋଭିଡ୍‌-୧୯ ସତ୍ତ୍ୱେ ଚିତ୍ରକଳା ବଜାର ପ୍ରତି ଲୋକଙ୍କ ରୁଚିକୁ ଦର୍ଶାଉଛି। ୧୯୩୨ରେ ଏହି ଚିତ୍ର ସମ୍ପୂର୍ଣ୍ଣ ହୋଇଥିଲା। ତାଙ୍କର ଅନୂ୍ୟନ ୫ ପେଣ୍ଟିଂ ୧୦ କୋଟି ଡଲାରରୁ ଅଧିକ ମୂଲ୍ୟରେ ନିଲାମ ହୋଇସାରିଛି।

Share