ହାତ ମାରିଲେ ଉଠିଯାଉଛି ପିଚୁ

ମୋରଡ଼ା,୯ା୧(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ୍‌ ଅନ୍ତର୍ଗତ କମାରଡ଼ିହା ଗ୍ରାମ ପଞ୍ଚାୟତର ରାଣୀସରାଇ ଗ୍ରାମର କାନ୍ଥି ପିଡ୍‌ବ୍ଳ୍ୟୁଡି ରାସ୍ତାଠାରୁ ନାରାଙ୍ଗ ବାଜ ସଂଯୋଗ ଗ୍ରାମ୍ୟ ଉନ୍ନୟନ (ଆରଡି) ବିଭାଗର ରାସ୍ତା କାମ ନିମ୍ନମାନର ହୋଇଛି। କାମ କରିବାର ମାତ୍ର ୪ ଦିନ ପରେ ରାସ୍ତାରୁ ପିଚୁ ଉଠି ଗଲାଣି। ଫଳରେ ରାସ୍ତାର ସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପଡ଼ିଥିବା ପିଚୁକୁ ଉଠାଯାଇ ପୁନର୍ବାର ଭଲ ଭାବେ ପିଚୁ ବିଛାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏବାବଦରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସଞ୍ଜୀବ ସେନାପତିଙ୍କୁ ପଚାରିବାରୁ ପ୍ରାୟ ତେର ଲକ୍ଷ ଅଟକଳରେ ହେଉଥିବା ଉକ୍ତ କାର୍ଯ୍ୟକୁ ସେ ନିଜେ ଅନୁଧ୍ୟାନ କରିଛନ୍ତି। କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ସେ ସ୍ବୀକାର କରିଛନ୍ତି। ପୁନର୍ବାର ରାସ୍ତା କାର୍ଯ୍ୟ କରାଯିବ ବୋଲି ଠିକାଦାରଙ୍କୁ କହିଛନ୍ତି। ନଚେତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

Share