ମାହାଙ୍ଗା,୨୪ା୮(ସ୍ବ.ପ୍ର.): ମାହାଙ୍ଗା ଥାନା ହଳଦିଆ ପଞ୍ଚାୟତ ଇଟାମୁଣ୍ଡଳୀ ଗଁା ନିକଟରେ ବୁଧବାର ସକାଳେ ଏକ ମାଛ ବୋଝେଇ ପିକ୍ଅପ୍ ଭ୍ୟାନଟି ନିଶ୍ଚିନ୍ତକୋଇଲିରୁ ପଞ୍ଚୁପାଣ୍ଡବକୁ ଯାଉଥିବା ଭାରସାମ୍ୟ ହରାଇ କେନାଲ ପାଣି ମଧ୍ୟକୁ ଓଲଟି ପଡିଥିଲା। ପିକ୍ଅପ୍ ଭ୍ୟାନରେ ଥିବା ଗାଡି ଚାଳକଙ୍କ ସହ ଅନ୍ୟ ଦୁଇଜଣ ବର୍ତ୍ତୀ ଯାଇଥିଲେ। ଏହି ଗାଡିରେ ଥିବା କୁଇଣ୍ଟାଲ କୁଇଣ୍ଟାଲ ମାଛ ସବୁ ପାଣିରେ ଭାସି ଯାଉଥିଲା। ହେଲେ ଏହା ଦେଖି ସ୍ଥାନୀୟ ଲୋକେ ପାଣିରୁ ଗାଡି ଚାଳକକୁ ଉଦ୍ଧାର କରିବା ସହ ଭାସି ଯାଉଥିବା ମାଛକୁ ପାଣିରୁ ଛାଣି ମାଛ ବେପାରୀଙ୍କୁ ଡ୍ରେରେ ପୁରାଇ ଦେଇଥିଲେ। ସାଧାରଣତଃ ଦୁର୍ଘଟଣା ବେଳେ ଅଧିକାଂଶ ସ୍ଥଳେ ଲୋକମାନେ ଜିନିଷପତ୍ର ଲୁଟ୍ କରି ନେଇ ଯାଉଥିବା ନଜୀରରହିଛି। କିନ୍ତୁ ଏଠି ଲୋକମାନେ ମାନବିକତା ଦେଖାଇ ବ୍ୟବସାୟୀଙ୍କୁ ମାଛ ଫେରାଇ ଥିଲେ।
Posted inଆମ ଜିଲା ଖବର, କଟକ