ବ୍ରହ୍ମପୁର,୧।୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଲଙ୍ଗଳଦେଇ ଗ୍ରାମର ଛକରେ ମଙ୍ଗଳବାର ଚଢ଼ାଉ କରାଯାଇ ଏକ ଗଞ୍ଜେଇ ଭର୍ତ୍ତି ପିକଅପ ନଂ(ଓ ଆର ୦୭ଏଲ – ୧୧୦୨)ଜବତ କରାଯାଇଛି। ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ଡମ୍ବୁରୁ ଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ହୋଇଛି। ସେଥିରୁ ୬୦୦ କେଜି ଗଞ୍ଜେଇ ଜବତ ହୋଇଛି। ଜଣେ ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରଯାଇଛି। ଅଭିଯୁକ୍ତ ଜଣଙ୍କ ଖାଲିକୋଟ ଥାନା ଅନ୍ତର୍ଗତ କେଶପୁରର ହର୍ଷ ବାରିକ(୩୫)। ଅଭିଯୁକ୍ତଙ୍କୁ ଜେରା ବେଳେ ସେ ଉକ୍ତ ଗଞ୍ଜେଇ ଗଜପତି ଜିଲା ଜିରାଙ୍ଗ ଅଞ୍ଚଳରୁ ଆଣି ଲଙ୍ଗଳଦେଇ ହୋଇ ବ୍ରହ୍ମପୁର ଚାଲାଣ ହୋଇଥାନ୍ତା ବୋଲି ଟିମ ଜାଣିବାକୁ ପାଇଛି। ଜବତ ଗଞ୍ଜେଇ ଓ ପିକଅପର ମୂଲ୍ୟ ୬୫ ଲକ୍ଷ ଟଙ୍କା ହେବ ବୋଲି ଟିମ କହିଛି। ଅଭିଯୁକ୍ତ ହର୍ଷଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ।