ଗଛରେ ପିଟି ହୋଇ ଓଲଟିଲା ପିକ୍‌ଅପ୍‌, ୯ ଶ୍ରମିକ ଆହତ

ବୌଦ୍ଧ,୧୬ା୯: ଗଛରେ ପିଟି ହୋଇ ଏକ ପିକ୍‌ଅପ୍‌ ଓଲଟି ପଡ଼ିବାରୁ ୯ ଶ୍ରମିକ ଆହତ ହୋଇଛନ୍ତି। ବୌଦ୍ଧ ଥାନା ବୁରପଟା ଛକ ନିକଟରେ ସୋମବାର ଏହି ଦୁର୍ଘଟଣା ଘଟିଛି। ଏହି ଶ୍ରମିକମାନେ ଇଲେକ୍ଟ୍ରି କାମ ପାଇଁ ଦିଗପହଣ୍ଡିରୁ ସୁବର୍ଣ୍ଣପୁର ଯାଉଥିବା ବେଳେ ପିକ୍‌ଅପ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଆହତ ଶ୍ରମିକମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।