ଶ୍ରମିକଙ୍କୁ ଧରି ଯାଉଥିଲା ପିକଅପ୍‌ ଭ୍ୟାନ: ବାଟରେ ଓଲଟି ପଡ଼ିଲା

ସମ୍ବଲପୁର,୧୭।୨: ସମ୍ବଲପୁର-ରେଢାଖୋଲ ୫୫ ନମ୍ବର ଜାତୀୟ ରାଜପଥର ଯୁଜୁମୁରା ଥାନା ଅଧୀନ ହାତୀବାରୀ ନିକଟରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୪ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ପିକଅପ ଭ୍ୟାନ ଡ୍ରାଇଭର ୨୦ଜଣ ଶ୍ରମିକଙ୍କୁ ଧରି ଯାଉଥିଲେ। ବେଳେ ହାତୀବାରୀ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ୪ଜଣ ଶ୍ରମିକ ଚାପି ହୋଇ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସମ୍ବଲପୁର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ପହଞ୍ଚି ଗାଡ଼ି ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 

Share