ମାମୁ-ଭାଣିଜୀଙ୍କୁ ଧକ୍କାଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ…

ଆନନ୍ଦପୁର,୧୮।୧(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜଲା ଆନନ୍ଦପୁର ଥାନା ବିରିଡିହା ଛକ ନିକଟରେ ପିକପଭ୍ୟାନ ଧକ୍କାରେ ମାମୁ ଭାଣିଜୀ ଗୁରୁତର ହୋଇଛନ୍ତି। ଶନିବାର ସକାଳୁ ବିରିଡିହା ରଣାସାହି ଗ୍ରାମର ରବୀନ୍ଦ୍ର ରଣା (୫୬)ତାଙ୍କ ଭାଣିଜୀକୁ ବାଇକରେ ଧରି ବିରିଡିହା ବଜାରକୁ ଯାଇଥିଲେ l ନଦାପଟୁ ଏକ ଗୋରୁ ବୁହା ପିକଅପ ଭ୍ୟାନ(ଓଡ଼ି୨୨ସିସି୧୯୪୬) ଗୋରୁ ଖାଲି କରି ଦ୍ରୁତ ବେଗରେ ଫେରୁଥିବାବେଳେ ବିରିଡିହା ଛକ ନିକଟରେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ମାମୁ-ଭାଣିଜୀ ବଜାର ନିକଟରେ ଥିବା ଏକ ଆଜବେଷ୍ଟ ଉପରକୁ ଛିଡ୍‌କି ପଡି ତଳକୁ ଖସି ପଡ଼ି ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମେଡିକାଲକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରି କଟକ ବଡ଼ ମେଡିକାଲକୁ ପଠାଯାଇଥିବା ଜଣାପଡିଛି l ସ୍ଥାନୀୟ ଲୋକେ ପିକଅପ ଭ୍ୟାନଟିକୁ ଅଟକାଇ ଆନନ୍ଦପୁର ପୋଲିସକୁ ଜିମା ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ୍‌ ଆକ୍ରମଣ ପରେ ଭାରତ-ପାକିସ୍ତାନ କ୍ରିକେଟକୁ ନେଇ BCCI ଉପାଧ୍ୟକ୍ଷଙ୍କ ବଡ଼ ବୟାନ 

ନୂଆଦିଲ୍ଲୀ,୨୪।୪: କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଅଧିକ ଭାରତୀୟଙ୍କ ଜୀବନ ଯିବା ପରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି। ଏହି...

ଜାତୀୟ ପଞ୍ଚାୟତିରାଜ ଦିବସ: ସମ୍ବର୍ଦ୍ଧିତ ହେଲେ ଏହି ୫ ପଞ୍ଚାୟତ

ପାଟଣା,୨୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଗୁରୁବାର ପାଟଣା ବ୍ଲକ ପରିସରରେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟଙ୍କ...

ଲିଫ୍ଟରେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ, ମେଡିକାଲରେ ଉତ୍ତେଜନା, ପୋଲିସ ମୁତୟନ

ଭଦ୍ରକ,୨୪।୪(ସନାତନ ରାଉତ)- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଲିଫ୍ଟରେ ଚାପି ହୋଇ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଛି l ଘଟଣାକୁ ନେଇ ମେଡିକାଲ ପରିସରରେ...

ସାଙ୍ଗ ହୋଇ ଖେଳୁଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ବାସୁଦେବପୁର,୨୪।୪ (କାଳିପଦ ରାୟ): ପୋଖରୀରେ ବୁଡ଼ିଗଲେ ଦୁଇଭଉଣୀ। ଉଦ୍ଧାର କରାଯାଇ ମେଡିକାଲ ଅଣାଯାଇଥିଲେ ହେଁ ବଞ୍ଚାଯାଇପାରି ନ ଥିଲା। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ...

ପହଲଗାମ ବର୍ବୋରଚିତ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ପହଲଗାମଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଦିନ୍ଦା କରାଯାଇଛି। ଏଥିସହିତ ଗୁରୁବାର...

Narendra Modi: ଚେତାବନୀ ଦେଲେ ମୋଦି, ମାଟିରେ ମିଶେଇଦେବୁ…

ନୂଆଦିଲ୍ଲୀ,୨୪।୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ପହଞ୍ଚିଛନ୍ତି। ଆଜି ସେ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମଧୁବଣୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି। ପହଲଗାମ ଆକ୍ରମଣ...

ପରକୀୟା ପ୍ରୀତି ସନ୍ଦେହ, ପଥରରେ ଛେଚି ଛେଚି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ୱାମୀ

ପାଲଘର,୨୪।୪: ମହାରାଷ୍ଟ୍ରର ପାଲଘର ଜିଲାରେ ଜଣେ ୫୫ ବର୍ଷୀୟ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଅନୈତିକ ସମ୍ପର୍କର ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି।...

Pakistan Google Trends: ପାକିସ୍ତାନ ଛାନିଆ, ଆତଙ୍କୀ ଆଟାକ୍‌ ପରେ ଗୁଗଲରେ ଏସବୁ ସର୍ଚ୍ଚ କରୁଛନ୍ତି ପାକିସ୍ତାନୀ

ନୂଆଦିଲ୍ଲୀ,୨୪।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଭାରତକୁ ଦୋହଲାଇ ଦେଇନଥିଲା, ଏହାର ପ୍ରଭାବ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଦେଖାଯାଉଛି। ଆକ୍ରମଣ ସମ୍ପର୍କରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image