କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ ଜବତ: ଦୁଇ ଗିରଫ

କେନ୍ଦୁଝର,୨୨।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭୂୟାଁ ଓ ଜୁଆଙ୍ଗ ପିଢ ରେଞ୍ଜ ଅନ୍ତର୍ଗତ ସାନଘାଗରା ନିକଟରୁ ଏନଏଚ୍‌ ୪୯ରୁ ବନ ବିଭାଗ ଏକ ଚୋରା କେନ୍ଦୁପତ୍ର ବୋଝେଇ ପିକଅପ୍‌ ଭ୍ୟାନ ଜବତ କରିଛି। ସୋମବାର ରାତିରେ ପାଟ୍ରୋଲିଙ୍ଗ ସମୟରେ ଧରାପଡ଼ିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ କହିଛନ୍ତି। ଏହି କେନ୍ଦୁପତ୍ର ଆଠ ମଲ୍ଲିକ ଅଞ୍ଚଳରୁ କଲିକତା ଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

Share