Advertisement

ଶାଳକାଠ ବୋଝେଇ ପିକ୍‌ଅପ୍‌ ଜବତ, ବନବିଭାଗକୁ ଦେଖି ଦୌଡ଼ିଲେ ମାଫିଆ

ଭୁବନ,୨୨ା୩(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ଏକ ବେଆଇନ ଶାଳ କାଠ ସହିତ ପିକ୍‌ଅପ୍‌ ଗାଡ଼ି ଜବତ କରାଯାଇଛି। ପିକ୍‌ଅପ୍‌ ଗାଡ଼ିଟି ଟିପିଲେଇ ସଂରକ୍ଷିତ ଜଙ୍ଗଲରୁ ଶାଳଗଛ କାଠ ବୋଝେଇ କରି ଜାତୀୟ ରାଜପଥ ୫୩କୁ ଆସୁଥିଲା। ଭୁବନ ବନ ବିଭାଗ ରେଞ୍ଜର ରାକେଶ ଦଳେଇ ଓ ଫରେଷ୍ଟର କଳ୍ପନା ବେହେରା କାମାକ୍ଷାନଗର ଏକ ବିଭାଗୀୟ ବୈଠକ ପାଇଁ ଯାଉଥିଲେ। ଗାଡ଼ିଟିକୁ ଜମୁନାକୋଟ ଛକ ନିକଟରେ ଦେଖି ଅଟକାଇାରୁ ଗାଡ଼ିରେ ଥିବା ଚାଳକ ଓ ଲୋକମାନେ ଦୌଡ଼ି ପଳାଇ ଯାଇଥିଲେ। କାଠ ଓ ଗାଡ଼ିକୁ ବନବିଭାଗ କାର୍ଯ୍ୟାଳୟରେ ରଖାଯାଇଛି। ଏ ସଂକ୍ରାନ୍ତରେ ରେଞ୍ଜର ରାକେଶ ଦଳେଇଙ୍କୁ ପଚାରିବାରୁ ସେ କହିଛନ୍ତି, ଅଟକ ଥିବା ଗାଡ଼ିର ନମ୍ବରକୁ ତଥ୍ୟ କରି ତଦନ୍ତ ଜାରି ରହିଛି ଯଥାଶୀଘ୍ର ସଂରକ୍ଷିତ ଜଙ୍ଗଲରୁ କଟାଯାଇଥିବା କାଠ ଓ କଟାଳିଙ୍କ ପରିଚୟ ମିଳିଯିବ ବୋଲି କହିଥିଲେ। ପରିଚୟ ମିଳିବା ପରେ ପଦକ୍ଷେପ ନିଆଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel