ନୟାଗଡ଼ ଅଫିସ,୨୮।୨: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ବ୍ଲକ ଚକ୍ରଧରପୁର ନିକଟସ୍ଥ ପେଟ୍ରୋଲ ପମ୍ପ ରାଜପଥରେ ପେଟ୍ରୋଲ ପମ୍ପ ନିକଟରେ ପିକ୍ଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦଶପଲ୍ଲା ଥାନା ଖମାର ସାହିର ପ୍ରସନ୍ନ ପାତ୍ର(୩୦)। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତାରୋକୋ କରିଥିଲେ।
ସୂଚନାଯୋଗ୍ୟ, ପ୍ରଶନ୍ନ ବାଇକ୍ରେ ନିଜ ଗ୍ରାମକୁ ରାତିରେ ଫେରୁଥିଲେ। ଏହି ସମୟରେ ଅପରପାର୍ଶ୍ୱ ନୟାଗଡ ପଟୁ ଦଶପଲ୍ଲା ଅଭିମୁଖେ ଏକ ପିକ୍ଅପ୍ ଭ୍ୟାନ ସହ ତାଙ୍କର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।