ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ: ୯ ଗୋରୁ ଉଦ୍ଧାର

ପାଟଣା ,୧୬।୧୧(ବୀର କିଶୋର ଦାଶ)କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ମୁମ୍ବାଇ କଲିକତା ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ତୁରୁମୁଙ୍ଗା ପୋଲିସ ଜବତ କରିଛି । ଗାଡି ଭିତରେ ଦୟନୀୟ ଭାବେ ବନ୍ଧାଯାଇଥିବା ୯ ଗୋରୁଙ୍କୁ ପୋଲିସ ଉଦ୍ଧାର କରିଛି। ଏହି ଘଟଣାରେ ତୁରୁମୁଙ୍ଗ ପୋଲିସ ଗାଡିର ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।
ସୂଚନାଥାଉ କି, ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଗାଡି ଭିତରେ ଗୋରଙ୍କୁ ବାନ୍ଧି କଲିକତା ଅଞ୍ଚଳକୁ ଚାଲାଣ କରାଯାଉଥିଲା। ଏହି ସମୟରେ ପୋଲିସ ଗାଡିକୁ ଜବତ କରିଛି ।