ଓଲଟିଲା ପିକଅପ ଭ୍ୟାନ୍‌: ୪ ଗାଈ ମୃତ

ନୟାଗଡ,୧୯।୨(ଲୋକନାଥ ମିଶ୍ର):ଦଶପଲା ଗଣିଆ ରାସ୍ତାର ଯୋଗୀ ବନ୍ଧ ନିକଟରେ ପିକଅପ ଭ୍ୟାନ ଓଲଟି ୪ ଗାଈ ପ୍ରାଣ ହରାଇଛନ୍ତି। ପିକଅପ ଭ୍ୟାନରେ ଦଶପଲା ଅଞ୍ଚଳରୁ ୧୦ ଗାଈ ଗଣିଆ ଅଞ୍ଚଳକୁ ଯାଉଥିଲେ। ଦୁର୍ଘଟଣା ପରେ ୪ ଗାଈ ପ୍ରାଣ ହରାଇଥିବା ବେଳେ ୨ ଗାଈ ଗୁରୁତର ଅଛନ୍ତି। ଗୁରୁତର ଗାଈଙ୍କୁ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଦଶପଲା ଥାନା ପୋଲିସ ଦୁର୍ଘଟଣା ଗସ୍ତ ପିକଅପ ଭ୍ୟାନକୁ ଜବତ କରି ତଦନ୍ତ ଆରମ୍ଭ କରିଛି।