ଭବାନୀପାଟଣା,୫।୮(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ପିପଲା ଗ୍ରାମ ନିକଟରେ ଶୁକ୍ରବାର ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ୩୦ରୁ ଊଦ୍ଧର୍ବ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ୮ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଯୋଗ୍ୟ, ଶୁକ୍ରବାର ପୂର୍ବାହ୍ନରେ କୋକସରା ଥାନା ପଲସ ପାଣି ଗାଁର ୩୫ରୁ ଊର୍ଦ୍ଧ୍ୱ ଶ୍ରମିକ ଏକ ପିକ୍ଅପ୍ ଭ୍ୟାନ୍ରେ ଧାନ ରୋଇବା ପାଇଁ ଧର୍ମଗଡ଼ ଥାନା ଅଧୀନ ତେନ୍ତୁଳିଆପଡା ଗାଁକୁ ଆସୁଥିଲେ। ହେଲେ ବାଟରେ ପିକ୍ଅପ୍ ଭ୍ୟାନ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।