ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌, ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଥୁଆମୂଳ ରାମପୁର,୧୫।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ଭବାନୀପାଟଣା- ଥୁଆମୂଳ ରାମପୁର ମୁଖ୍ୟ ରାସ୍ତା ଉପରେ ଏକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ (ଓଡି୦୮ଏସ୍‌୭୪୩୦) ନମ୍ବର ବିଶିଷ୍ଟ ୨୦୭ ପିକଅପ୍‌ ଗାଡ଼ି ଓଲଟି ପଡ଼ିବା ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, କର୍ଲାପାଟ ଗ୍ରାମର ସୁବାସ ଚନ୍ଦ୍ର ପୁଝାରୀଙ୍କ ପୁଅ ସଞ୍ଜୀବ ପୁଝାରୀ (୩୭) କୌଣସି ଭଡ଼ା ନେଇ ଭବାନୀପାଟଣା ଅଭିମୁଖେ ଯାଉଥିବା ବେଳେ ସୋମବାର ସନ୍ଧ୍ୟା ସମୟରେ ସେମେଲପଦର ଛକ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଗାଡ଼ି ତଳେ ଚାପି ହୋଇ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଏସଂପର୍କରେ ଖବର ପାଇ ଘଟଣାସ୍ଥଳରେ କର୍ଲାପାଟ ଥାନା ଅଧିକାରୀ ଶ୍ରୀକାନ୍ତ କୋଲ୍କା ପହଞ୍ଚି ଶବ ଜବତ କରିବା ସହ ୧୦/୨୫ ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତିl ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିବା କର୍ଲାପାଟ ଥାନା ଅଧିକାରୀ ସୂଚନା ଦେଇଛନ୍ତି l ସେହିପରି ମଙ୍ଗଳବାର ଅପରାହ୍ନରେ ସେମେଲପଦର ଗ୍ରାମ ନିକଟରେ ଥିବା ଜଙ୍ଗଲ ପାଖରେ ଏକ ହାଇୱା ଗାଡ଼ି ମଧ୍ୟ ଓଲଟି ପଡ଼ିଥିବା ବେଳେ ଗାଡ଼ି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପୁଲିସରର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

ଅନ୍ୟାୟ, ଅତ୍ୟାଚାର ଅଭିଯୋଗ: ନ୍ୟାୟ ଦାବିରେ ସପରିବାର ଧାରଣା

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଗ୍ରାମର ଲିପି ସାହୁଙ୍କ ପରିବାର ଉପରେ କିଛି ଲୋକ ଅନ୍ୟାୟ, ଅତ୍ୟାଚାର କରି ଚାଲିଥିବା ଅଭିଯୋଗ...

ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ...

ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣା: ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୪: କଟକରେ ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ସେ ମୃତକଙ୍କ ପରିବାରକୁ ୧୦...

କଟକରେ ଭୟଙ୍କର ଦୁର୍ଘଟଣା: ପିସିଆର୍‌ ଭ୍ୟାନ୍‌କୁ ଚାପିଦେଲା ହାଇଓ୍ବା, ଚାଲିଗଲା ୨ ପୋଲିସ କର୍ମଚାରୀଙ୍କ ଜୀବନ

କଟକ ସଦର,୨୨।୪(ସୁଶାନ୍ତ କୁମାର ଜେନା): କଟକ-ପରାଦୀପ ରାସ୍ତାର ଗତିରାଉତପାଟଣାରେ ମଙ୍ଗଳବାର ଭୋର୍‌ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ପିସିଆର୍‌ ସହିତ ବାଲି ବୋଝେଇ ହାଇଓ୍ବା ମୁହାଁମୁହିଁ...

କଲେଜରେ ଭଉଣୀଙ୍କୁ ଛାଡ଼ି ଫେରୁଥିଲେ: ବାଇକ୍‌ ସହ ଧକ୍କା ପରେ ଚାପିଦେଲା ହାଇଓ୍ବା, ଯୁବକ ମୃତ…

ତିହିଡି଼,୨୨।୪(ସଞ୍ଜିତ ବଳ):ଭଦ୍ରକ-ଚାନ୍ଦବାଲି ରାସ୍ତାର ବିନ୍ଧାବଜାରଠାରୁ କିଛି ଦୂରରେ ମଙ୍ଗଳବାର ସକାଳ ସାଢେ ୮ଟା ସମୟରେ ଏକ ହାଇୱା ତଳେ ଚାପିହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି...

ଅଂଶୁଘାତ ଭୟ: ଅସହ୍ୟ ଗୁଳୁଗୁଳିରେ ଜୀବନ ଅସ୍ତବ୍ୟସ୍ତ

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ):ତାତି ବଢ଼ି ଚାଲିଛି। ଗୁଳୁଗୁଳି ମଧ୍ୟ ଅସହ୍ୟ ହୋଇ ପଡୁଛି। ଏଭଳି ସ୍ଥିତିରେ ଉଭୟ ଘରେ ଏବଂ ବାହାରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image