କେନ୍ଦୁପତ୍ର ପିକ୍‌ଅପ୍‌ ଭ୍ୟାନ୍‌ ଜବତ

ରେଢାଖୋଲ,୧ା୯(ଅଚ୍ୟୁତାନନ୍ଦ ପୁରୋହିତ): ରେଢାଖୋଲ ବନଖଣ୍ଡ ମୋବାଇଲ ଟିମ୍‌ ଚୋରା ଚାଲାଣ ବେଳେ କେନ୍ଦୁପତ୍ର ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଛି। ହେଲେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମଳିଥିବା ସୂଚନା ମୁତାବକ, ଓଆର୍‌୧୫ଆର-୫୦୮୬ନଂ. ପିକ୍‌ଅପ୍‌ ଭ୍ୟାନରେ କେନ୍ଦୁପତ୍ର ଚୋରାଚାଲାଣ ହେଉଥିବା ନେଇ ଡିଏଫ୍‌ଓ ଅରବିନ୍ଦ ମହାନ୍ତି ସୂଚନା ପାଇଥିଲେ। ଏନେଇ ମୋବାଇଲ ଟିମ୍‌କୁ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସିଏଫ୍‌ ଦେବୀପ୍ରସାଦ ରାଉତଙ୍କ ନେତୃତ୍ୱରେ ବଡମାଳ ରେଞ୍ଜର ପ୍ରଦୀପ ସେଠୀ, ଚାରମାଳ ରେଞ୍ଜର ଦର୍ଶନିଆ ଭୋଇ ପ୍ରମୁଖ ପିକ୍‌ଅପ୍‌ ଭ୍ୟାନ୍‌କୁ ପିଛା କରି ବଡମାଳ-ଯୁଯୁମୁରା ରାସ୍ତାରୁ ଜବତ କରିଥିଲେ। ଭ୍ୟାନରେ ୨୭୬ବଣ୍ଡଲ କେନ୍ଦୁପତ୍ର ଚାଲାଣ ହେଉଥିଲା। ଏ ନେଇ ବଡମାଳ ରେଞ୍ଜରେ ଏକ ମାମଲା ରୁଜୁ କରାଯାଇଛି।