କାଠ ସହ ପିକଅପ୍‌ ଭ୍ୟାନ୍‌ ଜବତ, ଚାଲାଣକାରୀ ମାରିଲେ ଚମ୍ପଟ୍‌

ବାଲିଗୁଡ଼ା,୨୪।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗଡ଼ା ବନଖଣ୍ଡ ଅଧୀନ କୋଟଗଡ଼ ବନାଞ୍ଚଳ ଅଭୟାରଣ୍ୟ ମଧୁଗୁଡ଼ା ନିକଟରେ ବନବିଭାଗର ପାଟ୍ରୋଲିଂ ବେଳେ ସାଇଜ୍‌ କାଠ ସହ ଏକ ପିକଅପ୍‌ ଭ୍ୟାନ୍‌ ଧରାପଡିଛି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ଆକଳନ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ବନବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା। ସେତିକିବେଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌(ନଂ.ଓଆର୦୩ଏଫ-୨୬୮୬)କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡିରୁ ୧୧୬ ଖଣ୍ଡ ସାଇଜ୍‌ କାଠ ଜବତ କରାଯାଇଥିଲା। ହେଲେ ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଏବଂ ଅନ୍ୟଜଣେ ସହଯୋଗୀ ଚମ୍ପଟ୍‌ ମାରିଥିବା ବନଖଣ୍ଡ ଅଧିକାରୀ ବାଲଗୋପାଲ ବେହେରା କହିଛନ୍ତି।

ଏନେଇ କୋଟଗଡ଼ ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପାଟ୍ରୋଲିଂ ବେଳେ ଫରେଷ୍ଟର ରବି ନାୟକ, ପ୍ରିୟଙ୍କା କହଁର ,ବିଜୟାନନ୍ଦ ସେଠୀ, ଫରେଷ୍ଟ ଗାର୍ଡ ଦୀପକ ପଟ୍ଟନାୟକ, ବିରେନ ମାଝୀ, ଗୋପାଳ ନାୟକ, ଗୌରୀ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପା ଆଗରେ ଚାଲିଗଲା ୫ବର୍ଷ ଶିଶୁର ଜୀବନ

କେନ୍ଦୁଝର,୨୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ) ଟ୍ରକ ଧକ୍କାରେ ଚାଲିଗଲା ୫ବର୍ଷ ଶିଶୁର ଜୀବନ। ବାପା ଆଗରେ ଚାଲିଗଲା ଶିଶୁର ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ଯୋଡ଼ା...

ଛାତ୍ରୀ ମୃତ୍ୟୁ ଘଟଣା: ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ

ଉଦଳା,୨୭।୩(ସନ୍ତୋଷ କୁମାର ବାଛିନି): ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପରେ ଚିନ୍ତାରେ ଅଭିଭାବକ। ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଲେ ଅନ୍ତେବାସିନୀ। ଅନଷୋ ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ...

ବାପାଙ୍କ ସହ ଯୁକ୍ତିତର୍କ ପରେ ଫ୍ୟାନ୍‌ରେ ଝୁଲି ପଡ଼ିଲେ ନାବାଳକ

ଫୁଲବାଣୀ, ୨୭।୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ଅଞ୍ଚଳରେ ବୁଧବାର ଜଣେ ନାବାଳକଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର...

ଦାମୋଦରପୁରରେ ମା’ ଦଣ୍ଡକାଳୀ ଉତ୍ସବ, ମନ ଜିଣିଲା ଉଷାରାଣୀଙ୍କ ଆଙ୍କରିଂ

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଦାମୋଦରପୁର ଗ୍ରାମରେ ପ୍ରଥମ ମା ଦଣ୍ଡକାଳୀଙ୍କ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର କମାପାଲି ଦଣ୍ଡ ସକାଳେ...

ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୨୩ ଆହତ, ୩ ଗୁରୁତର

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା): ମୁକୁନ୍ଦପୁର ଘାଟିରେ ବସ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣ ଯାତ୍ରୀ...

ଶିମିଳିପାଳରେ ନୂତନ ଅଦା ଜାତୀୟ ଉଦ୍ଭିଦ

ବାରିପଦା,୨ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଶିମିଳିପାଳ ସଂରକ୍ଷିତ ଜୈବମଣ୍ଡଳରୁ ଏକ ନୂତନ ଅଦା...

ଇନ୍ଦ୍ରାବତୀ କେନାଲକୁ ଖସିଲା କାର୍‌: ଶିଶୁ ସମେତ ବୃଦ୍ଧଙ୍କ ମୃତ୍ୟୁ

ଭବାନୀପାଟଣା,୨୭ା୩(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା କଲମପୁର ଥାନା ଅନ୍ତର୍ଗତ ଠେଲକୋମୁଣ୍ଡା ଇନ୍ଦ୍ରାବତୀ କେନାଲ ନିକଟରେ ବୁଧବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାଇକ୍‌ ସହ...

ସମସ୍ୟାଘେରରେ ବିଜ୍ରାଦର ଗାଁ

ଭବାନୀପାଟଣା,୨୭ା୩(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଢ଼ୀଦର ପଞ୍ଚାୟତର ବିଜ୍ରାଦର ଗାଁ। ବଣ ପାହାଡ଼ ଘେରା ଏହି ଗାଁ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିଲେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image