ବାଲିଗୁଡ଼ା,୨୪।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗଡ଼ା ବନଖଣ୍ଡ ଅଧୀନ କୋଟଗଡ଼ ବନାଞ୍ଚଳ ଅଭୟାରଣ୍ୟ ମଧୁଗୁଡ଼ା ନିକଟରେ ବନବିଭାଗର ପାଟ୍ରୋଲିଂ ବେଳେ ସାଇଜ୍ କାଠ ସହ ଏକ ପିକଅପ୍ ଭ୍ୟାନ୍ ଧରାପଡିଛି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ଆକଳନ କରାଯାଇଛି।
ମିଳିଥିବା ସୂଚନା ମୁତାବକ, ବନବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା। ସେତିକିବେଳେ ଏକ ପିକ୍ଅପ୍ ଭ୍ୟାନ୍(ନଂ.ଓଆର୦୩ଏଫ-୨୬୮୬)କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡିରୁ ୧୧୬ ଖଣ୍ଡ ସାଇଜ୍ କାଠ ଜବତ କରାଯାଇଥିଲା। ହେଲେ ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଏବଂ ଅନ୍ୟଜଣେ ସହଯୋଗୀ ଚମ୍ପଟ୍ ମାରିଥିବା ବନଖଣ୍ଡ ଅଧିକାରୀ ବାଲଗୋପାଲ ବେହେରା କହିଛନ୍ତି।
ଏନେଇ କୋଟଗଡ଼ ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପାଟ୍ରୋଲିଂ ବେଳେ ଫରେଷ୍ଟର ରବି ନାୟକ, ପ୍ରିୟଙ୍କା କହଁର ,ବିଜୟାନନ୍ଦ ସେଠୀ, ଫରେଷ୍ଟ ଗାର୍ଡ ଦୀପକ ପଟ୍ଟନାୟକ, ବିରେନ ମାଝୀ, ଗୋପାଳ ନାୟକ, ଗୌରୀ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।