Categories: ଜାତୀୟ

ଆର୍ଯ୍ୟନଙ୍କୁ ଜାମିନ ମିଳିବା ପରେ ଓକିଲଙ୍କ ସହ ଫଟୋ ଉଠାଇଲେ

ମୁମ୍ବାଇ, ୨୮।୧୦ : କ୍ରୁଜ ଯାହଜରେ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ ଗୁରୁବାର ଜାମିନ ମିଳିବା ନେଇ ସ୍ପଷ୍ଟ ହୋଇଛି। ପୁଅକୁ ଜାମିନ ମିଳିବା ପରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ ତାଙ୍କ ଓକିଲଙ୍କ ଟିମ୍‌ ସହ ଫଟୋ ଉଠାଇଛନ୍ତି। ୩ ସପ୍ତାହ ଧରି କୋର୍ଟରେ ଓକିଲ ସତିଶ ମାନେଶିନ୍ଦେ ଓ ତାଙ୍କ ଦଳ ଆର୍ଯ୍ୟନଙ୍କ ପକ୍ଷ ରଖିଥିଲେ।

କୋର୍ଟଙ୍କ ନିର୍ଦ୍ଦେଶରେ ଶାହରୁଖ ଖୁବ୍‌ ଖୁସି ଅଛନ୍ତି। ତେବେ ଆର୍ଯ୍ୟନଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳି ନ ଥିବାରୁ ତାଙ୍କ ଗିରଫଦାରିକୁ ମାନେଶିନ୍ଦେ ବେଆଇନ କହିଛନ୍ତି।

ଡ୍ରଗ୍ସ କ୍ରୁଜ ମାମଲାରେ ଗିରଫ ହେବାର ୨୦ ଦିନ ପରେ ଆର୍ଯ୍ୟନଙ୍କୁ ଜାମିନ ମିଳିଛି। କିନ୍ତୁ ତାଙ୍କୁ ଅତିକମ୍‌ରେ ଗୋଟିଏ ରାତି ଜେଲରେ କାଟିବାକୁ ପଡ଼ିବ। କାରଣ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହିଁ ତାଙ୍କ ଦଳ ଜେଲରୁ ରିଲିଜ ପାଇଁ ଆବେଦନ କରିପାରିବେ।

Share